ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର,) -25:3:26 -ବୁଧବାର ଦିନ ଅପରାହ୍ନ 5 ଘଣ୍ଟା ସମୟରେ ପାପଡାହାଣ୍ଡି ଥାନା ଅଧିନ ଡେଙ୍ଗାଗୁଡ଼ା ଗ୍ରାମ ନିକଟରେ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ସମୟରେ ଏକ ବୋଲେରୋ ଯାହାର ନଂ ( ଓଆର 10 ଏଫ 6666 ) ଗାଡି ରୁ 10 ପେଟି ବିଦେଶୀ ମଦ ସ୍ଥାନୀୟ ନାରୀ ସଙ୍ଘ ବା ମହିଳା ଗୋଷ୍ଟି ମାନଙ୍କ ଦ୍ଵାରା ଅଟକ ରଖି ପୋଲିସ କୁ ଖବର ଦିଆଯାଇଥିଲା l ଏହି ଚୋରାମଦ ପାପଡ଼ାହାଣ୍ଡିର ବିଦେଶୀ ମଦ ବ୍ୟବସାୟୀଙ୍କ ଦ୍ଵାରା ଗ୍ରାମାଞ୍ଚଳରେ ବିଦେଶୀ ମଦ ଚୋରା ଚାଲାଣ ସମୟରେ ଜବତ କରି ପାପଡ଼ାହାଣ୍ଡି ପୋଲିସ୍ ହାତରେ ଜିମା ଦିଆଗଲା ବୋଲି ଗ୍ରାମର ମହିଳା ଗୋଷ୍ଟି ପ୍ରକାଶ କରିଛନ୍ତି l ଗାଡି ରୁ ମୋଟ ୧୦ ପେଟି ବିଦେଶି ମଦକୁ ପୋଲିସ ଦ୍ୱାରା ଜବତ କରାଗଲା ଳ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ କିଭଳି ପଦକ୍ଷେପ ନେବେ। ଖାଲି ମଦ ଜବତ ହେବ ନା ମଦନେଉଥିବା ଗାଡି ମଧ୍ୟ ଜବତ ହେବ। ଏହା ସହ ମଦ ନେଉଥିବା ଦୁଇଜଣ ଙ୍କୁ ମଧ୍ୟ କର୍ଟ ଚାଲାଣ ହେବ ନା ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |