ଭୁବନେଶ୍ୱର,୨୭।୩: ନୂଆ ଅବକାରୀ ନୀତି ଏପ୍ରିଲ୍ ୧ରୁ ଲାଗୁ ହେବାକୁ ଥିବାବେଳେ ମଦ ଦୋକାନ ପାଇଁ ଏପ୍ରିଲରେ ଲଟେରୀ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ।ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ ପଡ଼ିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ, କିନ୍ତୁ ସ୍ବଚ୍ଛ ପ୍ରକ୍ରିୟା ହେବ। ଗତଥର ଲଟେରୀ ପାଇଥିବା ଦୋକାନ ଗୁଡ଼ିକର ସମୟସୀମା ୩୧ରେ ସରୁଛି।୩ ଷ୍ଟାରରୁ ଅଧିକ ହୋଟେଲରେ ବାର୍ର ପ୍ରାବଧନ ଥିବାରୁ ଅନ ସପ ଅନୁମତି।, ଏପ୍ରିଲ୍ ୧ରୁ ତିନି ବର୍ଷିଆ ନୂଆ ଅବକାରୀ ନୀତି । ରାଜ୍ୟରେ ନୂତନ OFF,CL ଦୋକାନ ଖୋଲିବାକୁ ଅନୁମତି ମିଳିବନି। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିବନି । ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବନି ବୋଲି ସରକାର କହିଛନ୍ତି। ନିଶାମୁକ୍ତି ପାଇଁ ଲାଗୁ ହେବ ସ୍ବତନ୍ତ୍ର ସେସ୍ । ଫଳରେ ମଦ ଦର ବଢ଼ିବ । ନୂଆ ଅବକାରୀ ପଲିସିରେ ମଦ ହୋମ୍ ଡେଲିଭରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ପୁରୀ ବଡ଼ଦାଣ୍ଡରେ ମଦ ଦୋକାନ ମନା । ଏପ୍ରିଲ ୧, ୨୦୨୬ରୁ ମାର୍ଚ୍ଚ ୩୧, ୨୦୨୯ ପର୍ଯ୍ୟନ୍ତ ତିନିବର୍ଷିଆ ନୂଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର । ନୂଆ ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ନୂଆ ଅଫ୍ ସପ୍, ଦେଶୀ ମଦ କିମ୍ବା ଆଉଟ୍-ଷ୍ଟିଲ୍ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଗ୍ରାମାଞ୍ଚଳରେ ମଧ୍ୟ ନୂଆ ‘ଅନ୍ ସପ୍ ‘ ଦୋକାନ ଖୋଲିବ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |