ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର):ଏପ୍ରିଲ ୨୮ ତାରିଖ ଦିନ ଶ୍ରୀ ଶ୍ରୀ ଜଗନ୍ନାଥ ଲୋକ କଳା ପରିଷଦ ତରଫରୁ ଆୟୋଜିତ ସଂକୀର୍ତ୍ତନ ମଣ୍ଡଳୀ ସମାବେଶ ରେ ନବରଙ୍ଗପୁର ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ଅନେକ ସଂକୀର୍ତ୍ତନ ମଣ୍ଡଳୀ ନବରଙ୍ଗପୁର ସ୍ଥିତ ଚାଉଁରିଆ ମନ୍ଦିର ପରିସରରେ ସଂଘବଦ୍ଧ ହୋଇ ଥିଲେ। ଅଶୋକ ପାତ୍ର, ଅର୍ଜୁନ ଭତ୍ରା, କୁମୁଦ ନାୟକ ସମେତ ପରିଷଦ ର କାର୍ଯ୍ୟକର୍ତ୍ତା ମାନେ ସମସ୍ତ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ। ବୃନ୍ଦାବନ ରୁ ଆସିଥିବା ସନ୍ଥ ଅଭିଷେକ ପାଠକ ସହ ଅନେକ ସାଧୁସନ୍ଥ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। “ହରେରାମ ହରେକୃଷ୍ଣ” ନାମ ସଂକୀର୍ତ୍ତନ କରି ଏକ ଭବ୍ୟ ଶୋଭାଯାତ୍ରା ରେ ପ୍ରାୟ ୫ ହଜାର ଶ୍ରଦ୍ଧାଳୁ ଆରସିଡି ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରା ଓ କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ଗୋ ଭକ୍ତ ସର୍ବେଶ୍ଵର ପାତ୍ର, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ବାସନ୍ତୀ ମାଝୀ, ଉପାଧ୍ୟକ୍ଷ ଲିଙ୍ଗରାଜ ଭତ୍ରା, ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ, ଶଙ୍କର୍ଷଣ ସ୍ୱାଇଁ, ଶ୍ରୀକାନ୍ତ ପଣ୍ଡା, ଗୁପ୍ତ ଶଙ୍କର ଷଡ଼ଙ୍ଗୀ, କାର୍ତ୍ତିକ ଦାସ,ଗୋରା ହରିଜନ, ନିଳକଣ୍ଠ ବିଷୟୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଆଗାମୀ ଦିନରେ ଏଭଳି ଅନେକ ଧାର୍ମିକ କାର୍ଯ୍ୟକ୍ରମ କରିବା ସହ , ଭଗବତ୍ ଟୁଙ୍ଗି ନିର୍ମାଣ, ରକ୍ତ ଦାନ ଭଳି ସେବା କାର୍ଯ୍ୟ ପରିଷଦ ମାଧ୍ୟମରେ ହେବ ବୋଲି କାର୍ଯ୍ୟକର୍ତ୍ତା ମାନେ ସୂଚିତ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |