ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):- ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠି ଅନୁଷ୍ଠିତ ହୋଇଯାଇଛି। ବିଡିଓ ସମିର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏପ୍ରିଲ ୧ରୁ ୩୦ A 8606 a ଅକ୍ଟୋବର ୨୦୨୫ ମଧ୍ୟରେ ହାଇଥିବା ମନରେଗା ଓ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ହୋଇଥିବା ଖର୍ଚ ଓ ପ୍ରକଳ୍ପର ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ସମୟ ମଧ୍ୟରେ ଡାବୁଗାଁବ୍ଲକ ର ୧୨ଟି ଗ୍ରାମପଞ୍ଚାୟତ ପାଇଁ ୬ ଲକ୍ଷ ୬ ହଜାର ୭୨୪ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବେଳେ ୧୩୮୩୯ ପରିବାର କାର୍ଯ୍ୟ କରିବା ପାଇଁ ପଞ୍ଜୀକୃତ ହୋଇଥିଲେ ୯୦୬୪ ପରିବାର ୧୦୦ ଦିନ କାମ ପାଇଥିଲେ । ଏହି ସମୟ ମଧ୍ୟରେ ୧୫ କୋଟି ୬୪ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ ହୋଇଥିବା ବେଳେ ୩୮୫୪ ପ୍ରକଳ୍ପ ମଧ୍ୟରୁ ୨୩୪୪ ପ୍ରକଳ୍ପ ଶେଷ ହୋଇଥିଲା। ବିଶେଷକରି ସାଇନ୍ ବୋର୍ଡ ଓ ପଞ୍ଚାୟତର ରେଜିଷ୍ଟ୍ରାର ଠିକ୍ରେ ପରିଚାଳନା କରାଯାଉ ନଥିବା ନେଇ ବ୍ଲକ ସାମାଜିକ ସମୀକ୍ଷକ କହିଥିଲେ । ନୂତନ ଜବକାର୍ଡ ଧାରିଙ୍କ ନାମ ପଞ୍ଜୀକୃତ ପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ କୁହା ଯାଇଥିଲା |ଗ୍ରାମ ପଞ୍ଚାୟତ ଗୁଡ଼ିକର ରେଜିଷ୍ଟ୍ରାରରେ ଦେଖାଦେଇଥିବା ତ୍ରୁଟି କୁ ୭ ଦିନ ମଧ୍ୟରେ ସଂଶୋଧନ କରି ବିଡିଓଙ୍କୁ ଅବଗତ କରିବାକୁ ସମସ୍ତ ପିଇଓ, ଜି ଆର ଏସ ଙ୍କୁ କୁହା ଯାଇଥିଲା । ସେହି ପରି ସର୍ବ ଶିକ୍ଷା ଅଭିଯାନ ରେ ବିଦ୍ୟା ଦ୍ୟାଳୟ ଗୁଡ଼ିକ ର ଅବ୍ୟବସ୍ଥା ସମ୍ପକରେ ଅଭିଯୋଗ ହୋଇଥିଲା । ବିଶେଷ କରି ବିଦ୍ୟାଳୟ ଗୁଡ଼ି ର ଭିରିଭୂମି ରେ ସମସ୍ୟା , ସ୍ୱଚାଳୟ ସଫା ସୁତୁରା ରଖୁବା,ରୋଷେଇ ଗୃହ ପରିଷ୍କାର ପରିଚ୍ଛନ୍ନ ଉପରେ ଗୁରୁତ୍ୱାରୋପ କରାଯାଇ। ଏହି କାର୍ଯ୍ୟକ୍ରମ ଏପିଓ ଦାୟିତ୍ୱରେ ଥିବା ବିଦ୍ୟାଧର ବିଶୋଇ ସୁଚାରୁରୂପେ ପରିଚାଳଳା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ୍, ଜିଲ୍ଲା ପରିଷଦ ସଭ୍ୟ ଧନ ସି” ଉତରା, ଏଇ ସଙ୍କେତ ନାୟକ, ଜନ ଶୁଶାଣି କମିଟି ସଭ୍ୟ ସୁରେନ୍ଦ୍ର ମିଶ୍ର , ଢିପିଇଓ ପଦ୍ମନାଭ ଲାଲୁ, ବନପାଳ ଉମାକାନ୍ତ ପଟ୍ଟନାୟକ, ସମସ୍ତ ସରପଞ୍ଚ, ପିଇଓ ମାନେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |