କଟକ, ୧୩।୦୭ : କଟକରେ ବଡ଼ଧରଣର ଲୁଟ୍ । ଓଏମପି ଛକ ବସ୍ ଷ୍ଟପ ନିକଟରୁ ଜଣେ ମହିଳାଙ୍କ ଠାରୁ ନେଇଗଲା ୩୬ ଲକ୍ଷ ଟଙ୍କା । ୬ ଜଣ ଲୁଟେରା ମହିଳାଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।କଟକରେ ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟିନେଲେ ୬ ଲୁଟେରା। ରବିବାର ରାତି ପ୍ରାୟ ୧୦ଟା ରୁ ୧୦.୩୦ମିନିଟ ମଧ୍ୟରେ ପିଙ୍କି ସାହା ନାମକ ଜଣେ ମହିଳା OMP ଛକ ସ୍ଥିତ କଲିକତା ବସ୍ ଷ୍ଟପ୍ କୁ ନିଜର କର୍ମଚାରୀଙ୍କ ସହ ସ୍କୁଟି ରେ ଯିବା ସମୟରେ ଜାତୀୟ ରାଜପଥ ୧୬ର ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ୬ ଜଣ ଲୁଟେରା ହଠାତ୍ ଗାଡ଼ି ଅଟକାଇବା ସହ ଅତର୍କିତ ଆକ୍ରମଣ କରିଥିଲେ। ପିଙ୍କି ପ୍ରତିବାଦ କରିବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଲୁହା ରଡ ରେ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ବାଇକ୍ ଯୋଗେ ଫେରାର ହୋଇ ଯାଇଥିଲେ ।କଟକ ସମ୍ରାଟ ହଲ୍ ନିକଟ ତାଳଦଣ୍ଡା ରାସ୍ତାରେ ମହିଳାଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍ ହୋଇଛି। ମିଳିଥିବା ସୂଚନା ମୁତାବକ, ହାଇକୋର୍ଟ ଛକ ନିକଟରେ ମହିଳାଙ୍କ ସୁନା ଦୋକାନ ରହିଛି। ଗତକାଲି ରାତିରେ ସୁନା କିଣିବାକୁ ଓଏମପି ଛକରୁ କୋଲକାତା ଯିବାର ଥିଲା।ଭାଇଙ୍କ ସହ ଯିବା ବେଳେ ଆକ୍ରମଣ କରି ଟଙ୍କା ଲୁଟ୍ ହୋଇଥିଲା। ଏହି ସମୟରେ ୩୬ ଲକ୍ଷ ଟଙ୍କାର ବ୍ୟାଗ୍ ଛଡ଼ାଇ ଦୁର୍ବୁତ୍ତ ନେଇଥିବା ଜଣାପଡ଼ିଛି। ଦୁଇ ଦୁର୍ବୁତ୍ତ ଘଟଣା ଭିଆଇ ସେଠୁ ଫେରାର ମାରିଛନ୍ତି। ମହିଳାଙ୍କ ସହ ତାଙ୍କ ଭାଇ ଆହତ ହୋଇଥିବା ସୂଚନା ମିଳିଛି। ମଧୁପାଟଣା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |