ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର 1ଲକ୍ଷ୍ୟ 20ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) :-ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଣ୍ଡରା ଗ୍ରାମରେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ 2023/24ମସିହାରେ କାଜୁ ଗଛ ଲଗା ଯାଇଥିଲା। ଏହି କାର୍ଯ୍ୟରେ ନିଅଯିତ ଥିବା ଜଣେ ନିରୀହ ଆଦିବାସୀ ଯୁବକ ପଗନୁ ଭତ୍ରାର ଲେବର ପଇସା କୁ କେନ୍ଦୁଝର ଜିଲ୍ଲା ରିମୁଲି ଗ୍ରାମର ଯୁବତୀ ପ୍ରିୟଙ୍କା ସେଠି ନିଜ ନାରେ ଐରଟେଲ ପେମେଣ୍ଟ ବ୍ୟାଙ୍କରେ ଖାତା ଖାଲି ସବୁ ପଇସା ନେଇ ଯାଇଛନ୍ତି। ମୋଟ ପଇସା 1ଲକ୍ଷ 20 ହଜାର ଟଙ୍କା ବାରମ୍ବାର ତାଙ୍କୁ ଟଙ୍କା ଫେରାଇବା ପାଇଁ ଆଦିବାସୀ ଯୁବକ କହିଲେ ମଧ୍ୟ ଟଙ୍କା ଫେରାଉ ନଈ। ଏହି ଘଟଣା ବିଷୟରେ ସେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବେ ବଳି ସୂଚନା ମିଳିଛି। ଏହା ସହ ଯେଉଁ ଯୁବତୀ ଟଙ୍କା ନେଇଛି ତାର ଭିଜିଲେନ ତଦନ୍ତ ହେବା ସହ ସାଇବର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ ବୋଲି ସରକାର ଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ସାଇବର ପୋଲିସ ଏହି ଘଟଣାର କିଭଳି ତଦନ୍ତ କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!