ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) :- ଆଜି ତା ୧୬ ସେପ୍ଟେମ୍ବର ୨୦୨୬ ଚଚରାଗୁଡା ପଞ୍ଚାୟତ ର ମହିଳାମାନେ ଓ ସଚେତନ ନାଗରିକ କୁମଝରିଆ ଗୁଡା ରେ ଏକତ୍ରିତ ହୋଇ ଅବକାରୀ ବିଭାଗ ର ଅବହେଳା କୁ ଦୃଢ ବିରୋଧ କରି ଥିଲେ। ଜିଲ୍ଲାପାଳ ଙ୍କୁ ଏବଂ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ଦେବା ସତ୍ବେ ଅବୈଧ ମଦ କାରବାର ବନ୍ଦ ପାଇଁ ଅବକାରୀ ବିଭାଗୀୟ ଅଧିକାରୀ ମାନେ ତତ୍ପର ନଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ମହିଳା ସାମାଜିକ କାର୍ଯ୍ୟକର୍ତ୍ତା ମାନଙ୍କୁ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, ସ୍ଥାନୀୟ ଓ୍ବାର୍ଡ ମେମ୍ବର ଶଙ୍କର ଦିଆରୀ ସମର୍ଥନ ଜଣାଇଛନ୍ତି। ପଦ୍ମିନୀ ହରିଜନ, ହାତୀ ପୂଜାରୀ, ପୂର୍ବା ମାଝୀ, ସରାବଣ ପୂଜାରୀ, କମଳା ମାଝୀ, ପଦ୍ମା ମାଝୀ, ମାଙ୍ଗ ମାଝୀ, ଅନ୍ନପୂର୍ଣ୍ଣା ମାଝୀ ପ୍ରମୁଖ ମହିଳା ସାମାଜିକ କାର୍ଯ୍ୟକର୍ତ୍ତା ମାନଙ୍କ ନେତୃତ୍ୱ ନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!