ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର:-ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ କର୍ଣ୍ଣ, ନାକ ଓ ଗଳା ବିଶେଷଜ୍ଞ , ଅସ୍ଥିଶଲ୍ୟ ବିଶେଷଜ୍ଞ , ଚକ୍ଷୁ ବିଶେଷଜ୍ଞ ମାନସିକ ରୋଗ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ଚିକିତ୍ସା କରିଥିଲେ | ଏହା ସହ ସାଇକୋଲୋଜିଷ୍ଟ ବିଭୂଦତ୍ତ ସେଠୀ, ଅଡିଓଲୋଜିଷ୍ଟ ଶିବପ୍ରସାଦ ସାହୁ ପ୍ରମୁଖ ଚିକିତ୍ସାରେ ସହାୟତା କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ସମ୍ମାନୀତ ଅତିଥି ଜିଲାପରିଷଦ ସଭ୍ୟ ଜୋନ -୧ ଧନସିଂ ଭତ୍ରା ଜୋନ ୨ ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ , ବିଜେଡି ନେତା ଏମ୍. ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଜି. ସାଇରାଜୁ , ସମସ୍ତ ସରପଞ୍ଚ ଓ ସମିତି ସଭ୍ୟା ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅମ୍ରିତା ଭୂଷଣ ପରିଚାଳନା କରିଥିବା ବେଳେ ଅମୂଲ୍ୟ ଦଳାଇ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ | ଆଜି ଭତା ଯୋଜନା ରେ ମୋଟ ୪୮ ଜଣଙ୍କୁ ହିତାଧୀକାରୀ ଙ୍କୁ ଭତା ପ୍ରଦାନ କରାଯାଇଅଛି । ଡାବୁଗାଁ ସାମ୍ବାଦିକ ସଂଘ ର ସଭାପତି ରବିନାରାୟଣ ମହାନ୍ତି , ସମ୍ପାଦକ ଆଇନଜୀବୀ ମିହିର ଶଙ୍କର ପାତ୍ର ଓ କୋଷଧକ୍ଷ ତଥା ସମାଜ ସେବୀ ସୁଶାନ୍ତ କୁମାର ପଣ୍ଡା ଙ୍କ ପ୍ରାୟସ ରେ ଅଞ୍ଚଳା ପଞ୍ଚାୟତ ଚିଚିବାଇ ଗ୍ରାମର ରାମଧର ଜାନି (୫୩) ଚାଲି ପାରୁନଥିବା ଯୋଗୁଁ ବ୍ଲକ ପ୍ରଶାସନ ଙ୍କ ଜରିଆରେ ଏକ ଷ୍ଟେଚର ପ୍ରଦାନ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!