ରାଜକନିକା,୧୧/୭: ରାଜକନିକା ବ୍ଲକ୍ ମଧୁପଡ଼ା, ବରାଡ଼ିଆ, କେନ୍ଦ୍ରାପଡ଼ାର ମେଧାବୀ ଛାତ୍ରୀ ସ୍ଥିତିପ୍ରଜ୍ଞା ବେହେରା ପରମାଣୁ ଶକ୍ତି ବିଭାଗ, ଭାରତ ସରକାରଙ୍କ ଏକ ସ୍ୱୟଂଶାସିତ ପ୍ରତିଷ୍ଠାନ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ(ନାଇଜର)ରେ ଗବେଷଣା କରିବା ନେଇ ଜଣାପଡ଼ିଛି । ନିକଟରେ ଏନ୍ଇଏସ୍ଟିରେ ପ୍ରକାଶିତ ପରୀକ୍ଷା ଫଳରେ ସ୍ଥିତିପ୍ରଜ୍ଞା ଇଡ଼ବ୍୍ୟୁଏସ୍ କାଟାଗୋରିରେ ୮୭ ର୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ରାଜକନିକା ଅଞ୍ଚଳରେ ଖୁସିର ବାତବରଣ ଖେଳିଯାଇଛି । ସ୍ଥିତିପ୍ରଜ୍ଞା ଜଣେ ମେଧାବୀ ଛାତ୍ରୀ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପରେ ଟାଙ୍ଗୀର ଏକ ଘରୋଇ ବିଜ୍ଞାନ ସ୍କୁଲରେ ଯୁକ୍ତ ଦୁଇ ପରେ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କୋଚିଂ ନେଉଥିଲେ । ରେଙ୍ଗାଳୀ ବନ୍ଧ ବିଭାଗର ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ବେହେରା ଏବଂ ମାତା ଅର୍ଚ୍ଚନା ବେହେରାଙ୍କ ଝିଅ ସ୍ଥିତିପ୍ରଜ୍ଞାଙ୍କ ଏହି ସଫଳତା ଖବର ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ୫ବର୍ଷ ଧରି ସ୍ଥିତିପ୍ରଜ୍ଞା ଭୁବନେଶ୍ୱର ନାଇଜର କିମ୍ବା ମୁମ୍ବାଇ ଠାରେ ଗବେଷଣା କରିବା ନେଇ ଜଣାପଡ଼ିଛି । ସ୍ଥିତିପ୍ରଜ୍ଞା ହେଉଛନ୍ତି ବରାଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ନବ କିଶୋର ବେହେରା ଏବଂ କନିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ରାଉତଙ୍କ ନାତୁଣୀ ଅଟନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |