ରେଲୱେ ବୋର୍ଡ ଚେୟାରମ୍ୟାନ ଓ ମୁଖ୍ୟ ଶାସନ ସଚିବଙ୍କୁ NHRCର ନୋଟିସ୍

ଭୁବନେଶ୍ୱର,୧୩।୭:ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ରେଲୱେ ବୋର୍ଡ ଚେୟାରମ୍ୟାନ  ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ କରିଛନ୍ତି ଜାତୀୟମାନବାଧିକାର କମିଶନ(NHRC)। ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ଏକ ପିଟିସନ  କରିଛନ୍ତି NHRC।ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଗତକାଲି ନବନିଯୁକ୍ତ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ରା ଏହି ସୂଚନା ଦେଇଥିଲେ।  ରେଳ କର୍ତ୍ତୃପକ୍ଷଙ୍କ ଅବହେଳା ଓ ବିଫଳତା ଯୋଗୁ ଦୁର୍ଘଟଣାଗ୍ରସ୍ତ ଟ୍ରେନର ମୃତାହତ ଯାତ୍ରୀମାନଙ୍କ ଅଧିକାର ଉଲ୍ଲଂଘନ ହୋଇଥିବା ଏକ ପିଟିସନ୍ ଦାୟର କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ। ଶବ ସଂରକ୍ଷଣ, ଦୁର୍ଘଟଣା ପରେ ଚୋରି, ମୃତଦେହର ନକଲି ଦାବିଦାର ଆଦି ଘଟଣା ନଜରକୁ ଆସିଛି । ଏଥିପାଇଁ ରେଲୱେ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି। ଉପଯୁକ୍ତ ସ୍ଥାନ ଅଭାବରୁ ଶବଗୁଡ଼ିକର ସମ୍ମାନ ସୁନିଶ୍ଚିତ କରାଯାଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି। ଏହି ପିଟିସନ୍ ଆଧାରରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ। ଘଟଣାକୁ ନେଇ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଜଣାଇବାକୁ ରିପୋର୍ଟ ମଗାଯାଇଛି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCଙ୍କ ନିର୍ଦ୍ଦେଶ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!