ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମଙ୍ଗଳବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୨୩ ମସିହା ପାଇଁ ଭୂମି ସମ୍ମାନ ପ୍ରଦାନ କରିବେ । ଏହି ସମ୍ମାନ ୯ଟି ରାଜ୍ୟର ସଚିବ ଓ ୬୮ ଜିଲ୍ଲାପାଳ ସମେତ ସେମାନଙ୍କ ଟିମ୍ଗୁଡ଼ିକୁ ଦିଆଯିବ । ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ମୂଳ ଆଧାର ଗୁଡ଼ିକୁ ସ୍ଥିରତା ହାସଲ କରିବା କ୍ଷେତ୍ରରେ ବିଚକ୍ଷଣତା କାର୍ଯ୍ୟ ଯୋଗୁଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ । ପ୍ରଶାସନ ପାଇଁ ଜମିଜମା ରେକର୍ଡକୁ ଆଧୁନିକୀକରଣ କରିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |