ମହାରା‌ଷ୍ଟ୍ରର ରାୟଗଡ଼ରେ ଭୂସ୍ଖଳନ; ୫ ମୃତ

ରାୟଗଡ଼,୨୦ା୭: ବୁଧବାର ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆହୁରି ଅନେକ ଘଟଣାସ୍ଥଳରେ ଫସି ରହିଥିବା କଥା ‘ଏନ୍‌ଡିଆର୍‌ଏଫ୍‌’ କହିଛି।‘ଏନ୍‌ଡିଆର୍‌ଏଫ୍‌’ କହିବା ଅନୁସାରେ, ରାୟଗଡ଼ର ଖାଲାପୁର ତହସିଲ୍‌ ଅନ୍ତର୍ଗତ ଜନଜାତି ସମ୍ପ୍ରଦାୟ ବସବାସ କରୁଥିବା ଇର୍ଶାଲ୍‌ବାଡ଼ି ଗାଁ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ୪୮ଟି ପରିବାର ପ୍ରଭାବିତ ହୋଇଛନ୍ତି। ଘଟଣାସ୍ଥଳରେ ‘ଏନ୍‌ଡିଆର୍‌ଏଫ୍‌’ର ଦୁଇଟି ଟିମ୍‌ ପହଞ୍ଚି ତଲାସ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।ଗତ କିଛି ଦିନ ଧରି ମହାରାଷ୍ଟ୍ରରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏପରି ସମୟରେ ଖାଲାପୁର ତହସିଲ ଅଧୀନ ଇର୍ଶଲୱାଡି ଗାଁରେ ଗତ ରାତିରେ ଭୂସ୍ଖଳନ ଘଟିଛି। ଏହି ଭୂସ୍ଖଳନ ଯୋଗୁ ଗାଁର ସବୁ ଘର ମାଟିରେ ମିଶି ଯାଇଛି।  ଖବର ପାଇ ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେମାନେ ମାଟି ତଳୁ ୪ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଗାଁରେ ପ୍ରାୟ ୫୦ ପରିବାର ରହୁଥିବା ବେଳେ ଏବେବି ବହୁ ଲୋକଙ୍କ ପତ୍ତା ମିଳି ପାରି ନାହିଁ। ସେମାନେ ମାଟି ଭିତରେ ଫସି ରହିଥିବା ଜଣାଯାଇଛି|ରାଇଗଡ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗାଁର ପ୍ରାୟ ସବୁ ଘର ମାଟି ତଳେ ଦବି ଯାଇଛି। ଚାରିଆଡ଼େ ମାଟି ଦବି ଥିବାରୁ ଉଦ୍ଧାର କାର୍ଯ୍ୟ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇ ଯାଇଛି।  ଏହି ଘଟଣା ପରେ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କାରେ ଆଖପାଖ ହସ୍ପିଟାଲଙ୍କୁ ଆଲର୍ଟ କରାଯାଇଥିବା ରାଇଗଡ଼ ଏସ୍‌ପି ସୂଚନା ଦେଇଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!