ନୂଆଦିଲ୍ଲୀ,,୨୧ା୭: ଇଟାଲୀ ସମୁଦ୍ର ତଟରୁ ୫.୩ ଟନ୍ ଓଜନର କୋକେନ୍ ଜବତ|ସମୁଦ୍ର ଭିତରେ ଭାସୁଥିବା ୫.୩ ଟନ୍ ଓଜନର କୋକେନ୍ ଜବତ। ଯାହାର ମୂଲ୍ୟ ପାଖାପାଖି ୭୭୫୫ କୋଟି ଟଙ୍କା ହେବ। ଇଟାଲୀ ସମୁଦ୍ର ତଟରୁ ଏହି ମାଦକ ଦ୍ରବ୍ୟ ଜବତ କରାଯାଇଛି। ମାଫିଆମାନେ ନିଜର କୁବୁଦ୍ଧି ପ୍ରୟୋଗ କରି ଏହି ମାଦକ ଦ୍ରବ୍ୟ ଚାଲାଣ କରୁଥିବା ବେଳେ ଇଟାଲୀ ପ୍ରଶାସନିକ କର୍ତ୍ତୃପକ୍ଷ ଏହାକୁ ଜବତ କରିଛନ୍ତି। ଏହା ସିସୀଲି ଉପକୂଳକୁ ଚାଲାଣ ହେଉଥିଲା ବୋଲି ଶୁକ୍ରବାର ପୁଲିସ ସୂଚନା ଦେଇଛି। ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସକାଳେ ଦକ୍ଷିଣ ଆମେରିକାର ଏକ ସିପ୍ ଏହି ମାଦକ ଦ୍ରବ୍ୟକୁ ଆଣି ଆସିବା ପରେ ପାଣିରେ ଛାଡ଼ି ଚାଲି ଯାଉଥିଲା। ଯାହାପରେ ମାଦକ ଦ୍ରବ୍ୟକୁ ନେବା ପାଇଁ ଏହି ସିପ୍ ନିକଟରେ ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ପହଞ୍ଚିଥିଲା। ଯାହାକୁ ତଟ ସୁରକ୍ଷାରେ ମୁତୟନ ବିମାନରେ ଥିବା ଯବାନମାନେ ଦେଖିଥିଲେ\ସନ୍ଦେହ ହେବାରୁ ସୁରକ୍ଷା ବାହିନୀ ଏହି ଟ୍ରଲରକୁ ରୋକିବା ପରେ ଯାଞ୍ଚ କରିଥିଲେ। ଏହାର ଏକ ଗୁପ୍ତ ଚାମ୍ୱରରୁ ବିପୁଳ ପରିମାଣର ଡ୍ରାଗ୍ସ ଜବତ କରାଯାଇଥିଲା। ଏହି ଡ୍ରଗ୍ସ ଚୋରାଚାଲାଣାରେ ସମ୍ପୃକ୍ତ ୨ ତୁନିସୀଆ, ଜଣେ ଲେଖାଏଁ ଇଟାଲିୟ, ଆଲବାନିଆ ଓ ଫ୍ରେଞ୍ଚ ନାଗରିକ ଗିରଫ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |