କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀ ମୃତ

କେନ୍ଦୁଝର,୨୩।୭ :କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ସାପ କାମୁଡ଼ାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ୨ଜଣ ଛାତ୍ରୀ ଏବଂ ଜଣେ ଛାତ୍ର ଅଛନ୍ତି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁର ଜାଲିର ଏକ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ୪ ଜଣ ଛାତ୍ରଛାତ୍ରୀ ଙ୍କୁ ସାପ କାମୁଡିଥିଲା।ଚମ୍ପୁଆ ବ୍ଲକ ଜାଲି ପଂଚାୟତର ନିଶ୍ଚିତପୁର ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ ରାତିରେ ୨ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଶୋଇଥିଲେ | ତେବେ ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା | ଆଜି ସକାଳେ ଏନେଇ ଜଣାପଡିଥିଲା | ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ମୃତ ଛାତ୍ରଙ୍କ ନାମ ରାଜା ନାଏକ (୧୨), ଛାତ୍ରୀଙ୍କ ନାମ ଏଲିନା ନାଏକ (୭), ସ୍ନେହାଶ୍ରୀ ନାଏକ (୧୦) ବୋଲି ଜଣାପଡିଛି | ସେହିପରି ଆକାଶ ନାଏକ (୧୨) ନାମକ ଛାତ୍ର ଗୁରୁତର ହୋଇପଡିଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି | ମିଳିଥିବା ସୂଚନା ମୁତାବକ ଖଗେଶ୍ୱର ମହାନ୍ତ ନାମକ ବ୍ୟକ୍ତି ଏକ କୋଚିଂ ସେଣ୍ଟର କରିଥିଲେ | ଏହି କୋଚିଂ ସେଣ୍ଟରର ନାମ ଥିବାରୁ ଆଖପାଖ ଅଂଚଳର ପିଲାମାନେ ଏଠାରେ ରହି ପାଠ ପଢୁଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!