ମଣିପୁରର ଘଟଣାରେ , ଘର ଛାଡୁଛନ୍ତି ମିଜୋରାମର ମେଇତି ସମ୍ପ୍ରଦାୟ

ନୂଆଦିଲ୍ଲୀ:ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସା  କୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି।  ମଣିପୁର ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ମିଜୋରାମରେ ପୂର୍ବତନ ଉଗ୍ରବାଦୀର ଏକ ସଂଗଠନ ଉଭୟ ମୈତେଇ ଏବଂ ପଙ୍ଗାଲସଙ୍କୁ ମିଜୋରାମ ରାଜ୍ୟରୁ ବାହାରିଯିବା ଲାଗି କହିଛନ୍ତି ।  ମିଜୋରାମରେ ରହୁଥିବା ମିଜୋ ଲୋକମାନଙ୍କର ମଣିପୁରର କୁକି ଏବଂ ଜୋମି ଜନଜାତି ସହିତ ଗଭୀର ଜାତିଗତ ସମ୍ପର୍କ ରହିଛି। ମଣିପୁରରେ ର୍ନିଯାତିତ ହୋଇଥିବା ମହିଳାମାନେ କୁକି ଏବଂ ଜୋମି ଜନଜାତିର ଥିଲେ। ଏଭଳି ପରିସ୍ଥିତିରେ ପୂର୍ବତନ ଆତଙ୍କବାଦୀ ସଂଗଠନ ମିଜୋ ନ୍ୟାସନାଲ ଫ୍ରଣ୍ଟର ସହଯୋଗୀ ସଂଗଠନ ପିସ ଆକୋର୍ଡ ଏମଏନଏଫ୍‌ ରିଟର୍ନ ଆସୋସିଏସନ (ପିଏଏମଆରଏ) ଶୁକ୍ରବାର ଏକ ବୟାନ ଜାରି କରିଛି। ସଂଗଠନ କହିଛି, ମିଜୋରାମରେ ରହୁଥିବା ମେଇତି ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଛାଡିବା ଉଚିତ। ମଣିପୁରରେ ଘଟିଥିବା ଏହି ଘଟଣାରେ ମିଜୋ ଲୋକଙ୍କୁ ଗଭୀର ଆଘାତ ଲାଗିଛି। ତେଣୁ ଏଭଳି ପରିସ୍ଥିତିରେ ମିଜୋରାମ ମେଇତି ଲୋକ ଏବେ ସୁରକ୍ଷିତ ନୁହଁନ୍ତି।ମିଜୋରାମରେ ପ୍ରାୟ ୨୦୦୦ ମେଇତି ସମ୍ପ୍ରଦାୟର ଲୋକ ବାସ କରନ୍ତି। ସେମାନେ ପ୍ରାୟତଃ ରାଜଧାନୀ ଆଇଜୱାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରନ୍ତି। ପିଏଏମଆରଏଙ୍କ ବୟାନ ପରେ ମିଜୋରାମରେ ରହୁଥିବା ମେଇତି ସମ୍ପ୍ରଦାୟ ମଧ୍ୟରେ ଭୟ ବ୍ୟାପି ଯାଇଛି। ସେମାନେ ନିଜ ଭିଟାମାଟି ଛାଡି ଯିବାକୁ ଅଣ୍ଟା ଭିଡିଛନ୍ତି। ତେବେ ମିଜୋରାମ ସରକାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ମିଜୋରାମରେ ସେମାନଙ୍କ ପ୍ରତି କୌଣସି ବିପଦ ନାହିଁ ଏବଂ ମେଇତି ପ୍ରାଧାନ୍ୟ ସ୍ଥାନରେ ପୋଲିସ ମଧ୍ୟ ମୁତୟନ କରାଯାଇଛି। ତଥାପି, ଏହି ସତ୍ତ୍ୱେ ଲୋକମାନେ ମିଜୋରାମରୁ ସ୍ଥାନାନ୍ତର ହେଉଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!