ଭୁବନେଶ୍ୱର: +୨ ବିଜ୍ଞାନ ବିଭାଗର ସିଲାବସ ଏବଂ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି । +୨ ପିଲାମାନଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ପୁସ୍ତକରେ କିଛିଟା ଅଧ୍ୟାୟକୁ ବାଦ୍ ଦିଆଯାଇଛି । ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ଆଦି ବିଷୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକାଡେମିକ କମିଟିର ମୋହର ବାଜି ସାରିଛି । ଏଣିକି ୩ଟି ବଦଳରେ ୨ଟି ଇଣ୍ଟରନାଲ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଆସନ୍ତାବର୍ଷର ପରୀକ୍ଷା ଅର୍ଥାତ୍ ୨୦୨୪ ପରୀକ୍ଷା ଏହି ନୂଆ ସିଲାବସ୍ ଅନୁଯାୟୀ ହେବ ବୋଲି କୁହାଯାଇଛି । ସିବିଏସଇ ବାଦ୍ ଦେଇଥିବା ଅଧ୍ୟାୟଗୁଡ଼ିକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ବର୍ଷ କାଉନ୍ସିଲ ପରୀକ୍ଷାରୁ ୮୦% ମାର୍କ ଏବଂ ଇଣ୍ଟରନାଲ ପରୀକ୍ଷାରୁ ୨୦% ମାର୍କ ଆଧାରରେ ପିଲାମାନଙ୍କୁ ମାର୍କ ଦିଆଯିବ । ଚଳିତ ଶିକ୍ଷାବର୍ଷରୁ ଏହି ପରିବର୍ତ୍ତନ ଅନୁଯାୟୀ ପାଠପଢା ଆରମ୍ଭ ହେବ । ଅସନ୍ତାବର୍ଷ +୨ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ନୂଆ ପ୍ରଣାଳୀରେ ଅନୁଷ୍ଠିତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁମତି ମିଳି ସାରିଛି |ନୂଆ ପାଠ୍ୟକ୍ରମ ସମ୍ପର୍କିତ ତଥ୍ୟ ସିଏଚ୍ଏସଇ ଓ୍ବେବସାଇଟ୍ www.chseodisha.nic.inରେ ଉପଲବ୍ଧ ହୋଇଛି। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ କ୍ଷେତ୍ରରେ ଏହି ନୂଆ ପାଠ୍ୟକ୍ରମ ଲାଗୁ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |