ଆଜି ଜାତୀୟ ହସ୍ତତନ୍ତ ଦିବସ: “ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷ” ର ଇ-ପୋର୍ଟାଲର ଶୁଭାରମ୍ଭ

ନୂଆଦିଲ୍ଲୀ ,୭ା୮:ଆଜି ଜାତୀୟ ହସ୍ତତନ୍ତ ଦିବସ| “ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷ” ର ଇ-ପୋର୍ଟାଲର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ |ଚଳିତ ବର୍ଷ ୯ମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ “ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷ” ର ଇ-ପୋର୍ଟାଲ ମଧ୍ୟ ଉନ୍ମୋଚନ କରିବେ ଯାହାକି ହସ୍ତତନ୍ତ ଓ କାରିଗରୀର ଏକ ଭଣ୍ଡାର। ଏହାକୁ ଜାତୀୟ ଫ୍ୟାଶନ୍ ଟେକ୍ନୋଲୋଜି ପ୍ରତିଷ୍ଠାନ (ଏନଆଇଏଫଟି) ଦ୍ୱାରା ବିକଶିତ କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର ଇ-ପୋର୍ଟାଲର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ଦେଶର ୩ହଜାର ହସ୍ତତନ୍ତ କାରିଗର ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ କାରିଗର ଏବଂ କଳାକାରମାନଙ୍କୁ ସର୍ବଦା ଉତ୍ସାହିତ କରିବା ସହ ନୀତିଗତ ସମର୍ଥନ ପ୍ରଦାନ କରିଆସିଛନ୍ତି । ଯେଉଁମାନେ ଦେଶର ସମୃଦ୍ଧ ପରମ୍ପରା ତଥା କଳା ଏବଂ କାରିଗରୀକୁ ବଞ୍ଚାଇ ରଖିଛନ୍ତି । କେନ୍ଦ୍ର ସରକାର ୨୦୧୫ ମସିହାଠାରୁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରି ଆସୁଛନ୍ତି । ୧୯୦୫ ମସିହା ଅଗଷ୍ଟ ୭ ତାରିଖରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ ରଖିବା ପାଇଁ ଏହି ଦିବସକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଆଜି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!