ନିଜର ପୁରୁଣା ବଙ୍ଗଳା ଫେରିପାଇଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ,୮।୮ :ସାଂସଦ ପଦ ଫେରି ପାଇବାର ଦିନକ ପରେ ରାହୁଲ ଗାନ୍ଧିଙ୍କୁ ଆଜି ଆଉ ଏକ ବଡ଼ ଖବର ମିଳିଛି। ସେ ପୂର୍ବରୁ ଦିଲ୍ଲୀ ସ୍ଥିତ ଯେଉଁ ସରକାରୀ ବଙ୍ଗଳାରେ ରହୁଥିଲେ, ଏବେ ତାଙ୍କୁ ପୁଣିଥରେ ସେଠାରେ ରହିବାକୁ ସରକାର ଅନୁମତି ଦେଇଛନ୍ତି।ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିବା ପରେ ତାଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା। ଏହାପରେ ସେ ୧୨ ତୋଗଲକ ଲେନରେ ଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ ବାଧ୍ୟ ହୋଇଥିଲେ। ଏଠାରେ ସେ ୨୦୦୪ରୁ ରହୁଥିଲେ ହେଁ ଏପ୍ରିଲ ମାସରେ ତାଙ୍କୁ ଏହା ଖାଲି କରିବାକୁ ପଡ଼ିଥିଲା। କିନ୍ତୁ ସୁପ୍ରିମକୋର୍ଟ ଶୁକ୍ରବାର ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ। ଏଥିପାଇଁ ସୋମବାର ସେ ତାଙ୍କ ଲୋକସଭା ସଦସ୍ୟତା ପଦ ଫେରି ପାଇଥିଲେ। ଆଜି ମଙ୍ଗଳବାର ଲୋକସଭା ହାଉସ କମିଟି ରାହୁଲ ଗାନ୍ଧିଙ୍କ ନାଁରେ ୧୨ ତୋଗଲକ ଲେନ ସ୍ଥିତ ବଙ୍ଗଳାକୁ ପୁଣି ଆବଣ୍ଟିତ କରିଛି। ରାହୁଲଙ୍କୁ ପୁରୁଣା ବଙ୍ଗଲାରେ ରହିବାକୁ ପ୍ରସ୍ତାବ ଦିଆଯାଇଛି।  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବହୁ ଚର୍ଚ୍ଚିତ ଭାରତ ଯୋଡ଼ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଦକ୍ଷିଣରେ ଗୁଜରାଟରୁ ଆରମ୍ଭ ହୋଇ ଉତ୍ତର-ପୁର୍ବ ମେଘାଳୟ ଯାଏଁ ଚାଲିବ । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ସୂଚନା ଦେଇଛନ୍ତି, ଏହି ସମୟରେ ସମସ୍ତ ରାଜ୍ୟ ମାନଙ୍କର ମଧ୍ୟ ପାର୍ଟିର ବରିଷ୍ଠ ନେତାମାନେ ଭାରତ ଯୋଡ଼ ଯାତ୍ରା କରିବେ ।ଦ୍ୱିତୀୟ ପର୍ଯ୍ୟାୟର ଏହି ଯାତ୍ରାରେ ଦକ୍ଷିଣ ଭାରତର ଅନେକ ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ । ଭାରତ ଯୋଡ଼ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ ତାମିଲନାଡୁର କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । କନ୍ୟାକୁମାରୀରୁ ୨୦୨୨ ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ବେଳେ ୨୦ ଜାନୁଆରୀ ୨୦୨୩ ରେ ଶ୍ରୀନଗରରେ ଶେଷ ହୋଇଥିଲା । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୧୨ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଦେଇ ୩,୯୭୦ କିଲୋମିଟର ପଦଯାତ୍ରା କରିଥିଲେ । ତେବେ ଦ୍ୱିତୀୟ ପର୍ଯ୍ୟାୟର ମାର୍ଗ ଏବଂ ଯାତ୍ରା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!