ତୃତୀୟ ଟି-ଟ୍ୱେଣ୍ଟିରେ7 ୱିକେଟରେ ଭାରତ ବିଜୟୀ

ନୂଆଦିଲ୍ଲୀ,୯।୮:ଦୁଇଟି ମ୍ୟାଚ୍ ହାରିଵା ପରେ ଗତକାଲି ଭାରତ ପ୍ରଥମ ଥର ସିରିଜରେ ଵିଜୟ ହାସଲ କରିଛି । ଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ଭାରତର ରୋମାଞ୍ଚକର ବିଜୟ। ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଅର୍ଦ୍ଧଶତକ ଭାରତକୁ ଦେଇଛି ଏହି ବିଜୟ ଭେଟି।  ୫ ଟିକିଆ ଏହି ମ୍ୟାଚରେ ଘରୋଇ ଓ୍ୱେଷ୍ଟ ଇଣ୍ଡିଜ୍ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ନେଇଥିବା ବେଳେ ତୃତୀୟ ମ୍ୟାଚକୁ କବଜା କରିଛି ଟିମ୍ ଇଣ୍ଡିଆ। ଟସ ଜିତି ୱେଷ୍ଚଇଣ୍ଡିଜ ପ୍ରଥମେ ଵ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲା । ଭାରତ ପାଇଁ ଅଧିନାୟକ ହାର୍ଦ୍ଧିକ ପାଣ୍ଡିଆ ପ୍ରଥମେ ଵୋଲିଙ୍ଗ ଆରମ୍ଭ କରିଥିଲେ । ଆରମ୍ଭରୁ ହିଁ ଭାରତୀୟ ଵୋଲର ୱେଷ୍ଟଇଣ୍ଡିଜ ଦଳ ଉପରେ ଭାରି ପଡିଥିଲେ । ୫ ୱିକେଟ୍ ହରାଇ ୱେଷ୍ଟଇଣ୍ଡିଜ ଦଳ ୧୫୯ ରେ ସୀମିତ ରହିଥିଲା । ଭାରତ-ଓ୍ୱେଷ୍ଟଇଣ୍ଡିଜ ମ୍ୟାଚରେ ଭାରତର ପ୍ରଦର୍ଶନ ଭଲ ରହିଛି।ଓ୍ୱେଷ୍ଟଇଣ୍ଡିଜକୁ ହରାଇ ବିଜୟ ହାସଲ କରିଛି ଭାରତ।    ସୂର୍ଯ୍ୟକୁମାର ଯାଦଵ ୪୪ଟି ଵଲରେ ୮୩ ରନ୍ ହାସଲ କରି ଭାରତକୁ ଏକ ମଝଵୁତ ସ୍ତିତିକୁ ଆଣିଥିଲେ । କ୍ରମାଗତ ତିନୋଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଵା ତିଲକ୍ ଶର୍ମା ୩୭ଟି ଵଲରୁ ୪୯ ରନ ହାସଲ କରିଥିଲେ । ଶେଷରେ ୧୫ ଵଲରୁ ଅପରାଜିତ ୨୦ ରନ ହାସଲ କରି  ଅଧିନାୟକ ହାର୍ଦ୍ଧିକ ପାଣ୍ଡିଆ ଏକ ଛକା ସହ ଭାରତକୁ ଦମଦାର ଵିଜୟ ଦେଇଥିଲେ । ଭାରତ ନିଜ ଵିଜୟ ସହ ୨-୧ ରେ ସିରିଜରେ ଵଜାୟ ରହିଛି । ଆଗାମୀ ଦୁଇଟି ଯାକ ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ହେଵ । ଉଭୟ ଦୁଇଟି ଯାକ ମ୍ୟାଚ୍ ଜିତିଲେ ଭାରତ ସିରିଜ ଜିତିଵ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!