ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ

 ଭୁବନେଶ୍ୱର,୯ା୮: ଅନ୍ତର୍ଜାତୀୟ ଦେଶଜ ଅଧିବାସୀ ଦିବସ ଅବସରରେ ଆଜି ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଜଙ୍ଗଲ ଜମି ଯୋଜନା’ର ଲୋକାର୍ପଣ କରିଛନ୍ତି । ବିଶ୍ୱ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତିଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ୍‌ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏଥିରେ ୪ ଲକ୍ଷ ୫୦ ହଜାର ପରିବାରକୁ ୬ ଲକ୍ଷ ୭୦ ହଜାର ଏକର ଜମି ଉପରେ ଅଧିକାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସେହିପରି ୩ ଲକ୍ଷ ୫୦ ହଜାର ଜଙ୍ଗଲ ଅଧିକାର ସତ୍ତ୍ୱ ସରକାରୀ ରେକର୍ଡରେ ସଂଶୋଧିତ ହେବ ବୋଲି ଜଣାପଡ଼ିଛି ।୩ ଲକ୍ଷ ୫୦ ହଜାର ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପାଇଥିବା ଜନଜାତି ପରିବାର ବିଭିନ୍ନ ଜୀବନଜୀବିକା ନିଶ୍ଚିତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ଯୋଜନାରେ ଜନଜାତିଙ୍କ ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା, ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜଙ୍ଗଲ ଅଧିକାରକୁ ସୁନିଶ୍ଚିତ କରିବା, ଜଙ୍ଗଲର ଜୈବବିବିଧତାର ସଂରକ୍ଷଣ, ଜୀବନ ଜୀବିକା ପ୍ରଣାଳୀରେ ସ୍ଥାୟିତ୍ୱ ରକ୍ଷା ସହ ଜଳବାୟୁର ପରିବର୍ତ୍ତନ ହ୍ରାସ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!