ଚନ୍ଦ୍ରଶେଖରପୁରର ନନ୍ଦନବିହାରରେ ସର୍ଟ ସର୍କିଟରୁ ଲାଗିଲା ନିଆଁ

ଭୁବନେଶ୍ୱର,୧୦।୮ : ଆଜି ସକାଳ ସମୟରେ ଚନ୍ଦ୍ରଶେଖରପୁରର ନନ୍ଦନବିହାରରେ  ଘଟିଛି ଏକ ଅଘଟଣ । ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡଟି ୩ ମହଲା ବିଲ୍ଡିଂରେ  ଘଟିଛି । ଅଗ୍ନିକାଣ୍ଡ ବେଳେ ମହଲାରେ ଥିବା ତିନି ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସର୍ଟ ସର୍କିଟ ଯୋଗୁଁ ଆଜି ସକାଳ ୬ଟା ସମୟରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ପରବର୍ତ୍ତୀ ସମୟରେ ନିଆଁକୁ ଆୟତ କରିବା ପାଇଁ ଚନ୍ଦ୍ରଶେଖରପୁରର ୩ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ ଘର ଭିତରେ ଫସି ରଜିଥିବା ୩ଜଣ ଲୋକଙ୍କୁ ରେସ୍କ୍ୟୁ କରିଥିଲେ ଅଗ୍ନିଶମ ବାହିନୀର କର୍ମଚାରୀ । ଏହି ଘଟଣାରେ ଦୁଇ ଅଗ୍ନିଶମ ବାହିନୀର କର୍ମଚାରୀ ଆହତ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!