ଅନାସ୍ଥା ପ୍ରସ୍ତାବ: ବିରୋଧୀଙ୍କୁ ଛିଗୁଲେଇଲେ ମୋଦି, କକ୍ଷତ୍ୟାଗ କଲେ ‘ଇଣ୍ଡିଆ’ ସାଂସଦ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ନିଜ ମନ୍ତବ୍ୟ ରଖୁଛନ୍ତି। ଏହି ସମୟରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମଧ୍ୟରେ ବିରୋଧୀ କକ୍ଷତ୍ୟାଗ କରିଛନ୍ତି। ମଣିପୁରକୁ ନେଇ ବିରୋଧୀମାନେ ଲଗାତାର ନାରାବାଜି କରୁଥିଲେ। ବିରୋଧୀଙ୍କ କକ୍ଷତ୍ୟାଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଲୋକଙ୍କ କାମ ଏଭଳି। ଅପଶଦ୍ଦ କୁହ, ମିଛ କୁହ ଏବଂ ପଳାୟନ କର। ବିରୋଧୀଙ୍କ ପାଖରେ ଶୁଣିବାକୁ ଧର୍ଯ୍ୟ ନାହିଁ।ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି। ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ପ୍ରାୟ ୫.୦୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ। ନିଜ ସରକାରର ସଫଳତା ବଖାଣିଥିଲେ। ଏଥିସହ ସେ କ୍ରମାଗତ ଭାବେ କଂଗ୍ରେସ ଓ ନିକଟରେ ବିରୋଧୀ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଥିଲେ।ଭାରତର ଅର୍ଥନୀତି ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ପ୍ରାୟ ୨ ଘଣ୍ଟା ଧରି ମୋଦି ଏସବୁ ବିଷୟରେ କହିଥିଲେ ମଧ୍ୟ ମଣିପୁର ପ୍ରସଙ୍ଗ ଉଠାଇ ନଥିଲେ। ତେଣୁ ବିରୋଧୀ ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଛନ୍ତି।ବିରୋଧୀ ଦଳର ସଦସ୍ୟ କକ୍ଷ ତ୍ୟାଗ କରୁଥିବା ବେଳେ ମୋଦି ମଣିପୁର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, “ଯଦି ବିରୋଧୀ ଗୃହ ମନ୍ତ୍ରୀଙ୍କ କଥା ଅନୁସାରେ କେବଳ ମଣିପୁର ଉପରେ ଆଲୋଚନା କରିବାକୁ ରାଜି ହୋଇଥାଆନ୍ତେ, ତା’ହେଲେ ଏପରି କିଛି ହୋଇ ନଥାଆନ୍ତା। ସେମାନଙ୍କୁ ମଧ୍ୟ ମଣିପୁର ପ୍ରସଙ୍ଗରେ କହିବାକୁ ଅଧିକ ସୁଯୋଗ ମିଳି ଥାଆନ୍ତା। ହେଲେ ସେମାନେ ଶୁଣିବାର ଧୈର୍ଯ୍ୟ ନ ରଖି ଗଣତନ୍ତ୍ରକୁ ଅପମାନିତ କରିଛନ୍ତି।ବିରୋଧୀ କକ୍ଷ ତ୍ୟାଗ କରିବା ପରେ ମଣିପର ପ୍ରସଙ୍ଗ କଥା ଉଠାଥିଲେ। ମଣିପୁରବାସୀଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ସେ ନିବେଦନ କରିଛନ୍ତି। ଏଥିସହ ଦୋଷୀଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!