ମସ୍କୋ,୧୧।୮: ଭାରତ ପରେ ରୁଷିଆ ମଧ୍ୟ ଚନ୍ଦ୍ର ମିଶନ ଲୁନା-୨୫ ଲଞ୍ଚ କରିଛି। ଶୁକ୍ରବାର ଋଷର ଭୋଷ୍ଟୋଚନି ଲଞ୍ଚ ସେଣ୍ଟରୁ ଚନ୍ଦ୍ର ଅଭିମୁଖେ ବାହାରିଛି ଲୁନା-୨୫। ୧୯୭୬ ପରେ ରୁଷର ପ୍ରଥମ ଲୁନା -୨୫ ଚନ୍ଦ୍ର ଲ୍ୟାଣ୍ଡର ଆରମ୍ଭ ହେବାକୁ ଯାଉଛି।ଲୁନା -୨୫ ର ଉତକ୍ଷେପଣ ପାଇଁ ସୋୟୁଜ୍ -୨ ରକେଟର ବ୍ୟବହାର କରାଯାଇଥିବା ଋଷ ସ୍ପେସ୍ ଏଜେନ୍ସି କହିଛି। ଏହା ସାହାଯ୍ୟରେ ଚନ୍ଦ୍ରରେ ପହଞ୍ଚିବାକୁ ପ୍ରାୟ ସାଢେ ପାଞ୍ଚ ଦିନ ଲାଗିବ ଯଥା ୨୩ ଅଗଷ୍ଟରେ ଏହା ଚନ୍ଦ୍ରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏଥି ସହିତ, ଚନ୍ଦ୍ରାଯାନ -୩ ମଧ୍ୟ ୨୩ ଅଗଷ୍ଟରେ ଦକ୍ଷିଣ ପୋଲରେ ଅବତରଣ କରିବାର ଯୋଜନା ରହିଛି।୪୭ ବର୍ଷ ପରେ ରୁଷିଆ ଏହାର ଯାନ ପଠାଇଛି। ମସ୍କୋଠାରୁ ପ୍ରାୟ ୫୫୦୦ କିଲୋମିଟର ପୂର୍ବରେ ଅବସ୍ଥିତ ମୁର ଓବ୍ଲାଷ୍ଟର ଭୋଷ୍ଟୋନି କସମୋଡ୍ରୋମରୁ ଲୁନା ୨୫ ଲଞ୍ଚ କରାଯାଇଥିଲା। କୁହାଯାଉଛି ଯେ, ଭାରତର ଚନ୍ଦ୍ରୟାନ-୩ ପୂର୍ବରୁ ରୁଷିଆର ଲୁନା-୨୫ ଚନ୍ଦ୍ର ଉପରେ ପାଦ ଦେବ।ରୁଷିଆର ଗଣମାଧ୍ୟମ ଅନୁଯାୟୀ, ଅଗଷ୍ଟ ୧୧ ଶୁକ୍ରବାର ସକାଳ ୪.୪୦ ସମୟରେ ରୁଷିଆର ଭୋଷ୍ଟୋନି କସମୋଡ୍ରୋମରୁ ଲୁନା-୨୫ ଲ୍ୟାଣ୍ଡର ଲଞ୍ଚ କରାଯାଇଥିଲା। ସୋୟୁଜ ୨.୧ ବି ରକେଟରେ ଲୁନା-୨୫ ଚନ୍ଦ୍ରକୁ ପଠାଯାଇଥିଲା। ଏହାକୁ ଲୁନା-ଗ୍ଲୋବ ମିଶନ ନାମରେ ନାମିତ କରାଯାଇଛି। ଏହି ରକେଟର ଲମ୍ବ ପ୍ରାୟ ୪୬.୩ ମିଟର ହୋଇଥିବାବେଳେ ଏହାର ବ୍ୟାସ ୧୦.୩ ମିଟର। ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ କହିଛି ଯେ, ଲୁନା-୨୫ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି। ପାଞ୍ଚ ଦିନ ପାଇଁ ଏହା ଚନ୍ଦ୍ର ଆଡକୁ ଗତି କରିବ। ଏହା ପରେ ୩୧୩ ଟନ ଓଜନର ଏହି ରକେଟ ୭-୧୦ ଦିନ ଚନ୍ଦ୍ରରେ ବୁଲିବ। ୨୧ କିମ୍ବା ୨୨ ଅଗଷ୍ଟରେ ଏହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |