ଜନ୍ମମାଟିରେ ପହଞ୍ଚିଲା ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର

କେନ୍ଦୁଝର, ୧୨।୮: ଜନ୍ମ ମାଟିକୁ ଫେରୁଛି ସହୀଦ ଯବାନଙ୍କ ପାର୍ଥୀବ ଶରୀର।ସହିଦ ଓଡ଼ିଆ ପୁଅ ସୁଶାନ୍ତଙ୍କ ମରଶରୀର ବର୍ତ୍ତମାନ ତାଙ୍କ ଜନ୍ମମାଟିରେ ପହଞ୍ଚିଛି । ନକ୍ସଲଙ୍କ ଗୁଳିରେ ସହିଦ ହେବା ପରେ ଆଜି ତାଙ୍କୁ ଶେଷ ବିଦାୟ ଦେବ ନିଜ ଗାଁ । ତେଣୁ ତାଙ୍କ ପାର୍ଥିବ ଶରୀରକୁ ସସମ୍ମାନେ ଆନନ୍ଦପୁରକୁ ଅଣାଯାଇଛି । ଏଠାରେ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ଶେଷ ଦର୍ଶନ ପରେ ତାଙ୍କୁ ସମ୍ମାନର ସହିତ ଅନ୍ତିମ ବିଦାୟ ଦିଆଯିବ । ଲୁହ ଭିଜା ଆଖିରେ ସହିଦ ସୁଶାନ୍ତଙ୍କୁ ଶେଷ ଥର ଦେଖିବା ପାଇଁ ଗାଁରେ ସାଙ୍ଗସାଥୀ, ସାହି ପଡ଼ିଶା ଏବଂ ପାଖ ଲୋକମାନେ ରୁଣ୍ଡ ହୋଇ ଠିଆ ହୋଇଛନ୍ତି । ଶେଷ ଥର ପାଇଁ ଅତି ପ୍ରିୟର ସୁଶାନ୍ତକୁ ଟିକିଏ ମନ ଭରି ଦେଖିବେ । ଆଉ ଗାଁର ଗୌରବ ବୀର ଯବାନଙ୍କୁ ଶେଷ ବିଦାୟ ଜଣାଇବେ । ଗତକାଲି ଝାଡ଼ଖଣ୍ଡରେ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡ଼ିଆ ମାଟିର ପୁଅ ବୀର ସୁଶାନ୍ତ । ଛାତିରେ ୭ଟି ଗୁଳି ବାଜିବା ପରେ ସେ ଯୁଦ୍ଧଭୂମିରେ ବୀରଗତି ପ୍ରାପ୍ତ ହୋଇଛନ୍ତି । ଆଉ ଆଜି ତାଙ୍କୁ ଶେଷ ବିଦାୟ ଦେବା ପାଇଁ ଓଡ଼ିଶା ତଥା ଜନ୍ମମାଟିକୁ ଅଣାଯାଇଛି । ବୀରପୁତ୍ରକୁ ଝୁରୁଛି କେନ୍ଦୁଝର ମାଟି। ଆଜି ସହିଦଙ୍କୁ ଦିଆଯିବ ଶେଷ ସଲାମ। ଝାଡ଼ଖଣ୍ଡରେ ମାଓ ଅପରେସନ ବେଳେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ। ଝାଡଖଣ୍ଡ ପଶ୍ଚିମ ସିଂହଭୂମି କୋଲହନ ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ନକ୍ସଲଙ୍କ ଗୁଳିମାଡ଼ରେ ସହିଦ ହୋଇଛନ୍ତି ସୁଶାନ୍ତ। ଆଜି ସୁଶାନ୍ତଙ୍କ  ଜନ୍ମସ୍ଥାନକୁ ତାଙ୍କ ପାର୍ଥିବ ଶରୀର ଆସିବ ଓ ସେଠାରେ ତାଙ୍କର ​ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି । ବୈତରଣୀ ରାଜଘାଟ ଶ୍ମଶାନରେ ତାଙ୍କର ​ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।୨୦୧୧ରେ ସିଆରପିଏଫ ୬୦ ବାଟାଲିୟନର ଯବାନ ଭାବେ କାର୍ଯ୍ୟରତ ଥିଲେ ସୁଶାନ୍ତ। ସୁଶାନ୍ତଙ ଅକାଳ ବିୟୋଗ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!