ଜିଲା ପୁଲିସ୍‌ସ୍ତରରେ ଅଦଳବଦଳ

  ସମ୍ବଲପୁର,୧୭ା୮ : ସମ୍ବଲପୁରର ଜିଲା ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ପକ୍ଷରୁ ଜିଲାରେ ଇନସ୍ପେକ୍ଟର ପାହ୍ୟରେ ଅଦଳବଦଳ କରିଛନ୍ତି। ୧୫ ତାରିଖରେ ଜିଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଶ୍ରୀକାନ୍ତ ସାହୁଙ୍କୁ ହୀରାକୁଦ ଥାନାଧିକାରୀ, ରାଜେନ୍ଦ୍ର କୁମାର ବେହେରାଙ୍କୁ ଗୋବିନ୍ଦପୁର ଥାନାଧିକାରୀ, ସୁଦର୍ଶନ ପଣ୍ଡାଙ୍କୁ ରେଙ୍ଗାଲି ଥାନାଧିକାରୀ, ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଙ୍କୁ ବରେଇପାଲି ଥାନାଧିକାରୀ, ଅନନ୍ତ ଚରଣ ସାହୁଙ୍କୁ କତରବଗା ଥାନାଧିକାରୀ, ହୀରାକୁଦ ଥାନାଧିକାରୀ ବାମଦେଉ ଶଙ୍ଖୁଳଙ୍କୁ ଯୁଯୁମୁରା ଥାନାଧିକାରୀ, ମହିଳା ଥାନାଧିକାରୀ ମେନକା ରାଉତଙ୍କୁ ଟ୍ରାଫିକ ଥାନାଧିକାରୀ, ରେଙ୍ଗାଲି ଥାନାଧିକାରୀ ଆନ୍ନା ମିଞ୍ଜଙ୍କୁ ମହିଳା ଥାନାଧିକାରୀ, ବରେଇପାଲି ଥାନାଧିକାରୀ ଧିରେନ୍ଦ୍ର ସ୍ୱାଇଁଙ୍କୁ ନାକଟିଦେଉଳ ଥାନାଧିକାରୀ ରୂପେ ଅବସ୍ଥାପିତ କରାଯାଇଛି। ବଦଳି ହୋଇଥିବା ଅଧିକାରୀଙ୍କୁ ସେମାନଙ୍କର ନୂତନ କାର୍ଯ୍ୟସ୍ଥଳରେ ୧୭ ତାରିଖ ସୁଦ୍ଧା ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!