୧୦୦ ଫୁଟ୍ ଧସିଲା ବୈତରଣୀ ନଦୀବନ୍ଧ

ଯାଜପୁର,୧୭ା୮: ୧୦୦ ଫୁଟ୍ ଧସିଲା ବୈତରଣୀ ନଦୀବନ୍ଧ|ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ କମାରଡ଼ିହ ପଞ୍ଚାୟତ ବଳରାମପୁର ଠାରେ ବୈତରଣୀ ନଦୀବନ୍ଧ ପ୍ରାୟ ୧୦୦ ଫୁଟରୁ ଅଧିକ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି। ବନ୍ଧର ୭୫ ଭାଗ ଧସି ନଦୀରେ ଲୀନ ହୋଇଯାଇଛି। ଏହାଫଳରେ ଆଖପାଖ ଅଂଚଳର ୩ଟି ପଂଚାୟତର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀ ବନ୍ଧଟି ଧସିବା ଯୋଗୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ବନ୍ଧ ପାଶ୍ୱର୍ରେ ଥିବା ପଥର ଓ ବଡ଼ ବଡ଼ ଗଛ ନଦୀ ଭିତରକୁ ଖସି ପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି।ଚଳିତ ବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ବନ୍ଧ ସଂପ୍ରସାରଣ କାର୍ଯ୍ୟଟିକୁ ଠିକାଦରା ନିହାର ମାନ୍ଧାତା କାର୍ଯ୍ୟ କରୁଥିଲେ। ମାତ୍ର ନଦୀବନ୍ଧ ତଳୁ ମାଟି କାଟି ବନ୍ଧ ମରାମତି କରିବା, ବାଲିଆ ମାତିରେ କାର୍ଯ୍ୟ କରିବା ସହ ଠିକ ଭାବରେ ରୋଲିଙ୍ଗ କରାଯାଇନଥିବାରୁ ଏଭଳି ଧସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖାଲି ସେତିକୁ ନୁହେଁ, ସମ୍ପୂର୍ଣ୍ଣ ବନ୍ଧ ଅତିନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ସମ୍ପୂର୍ଣ୍ଣ ବନ୍ଧର ନୂଆ ମାଟି ଏବଂ ପୁରୁଣା ମାଟି ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏଣୁ ଏହି କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!