ଭୁବନେଶ୍ୱର,୧୭।୮ : କୁୱି ଏବଂ ଦେଶିଆ ଭାଷାର ପୁସ୍ତକ ଓ ପୋଷ୍ଟାଲ କଭର୍ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 1936 ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହୋଇଥିଲା ଓଡ଼ିଶା । ସେହିଭଳି ରାଜ୍ୟରେ ଏକବିଂଶ ଶତାବ୍ଦୀରେ ତାକୁ ନେଇ ଗର୍ବିତ ହୋଇ ପାରିବା କି ବୋଲି ମଝିରେ ମଝିରେ ପ୍ରଶ୍ନ ଆସେ । ଏହି କାର୍ଯ୍ୟକ୍ରମ କହୁଛି କେବଳ ଏକବିଂଶ ଶତାବ୍ଦୀ ନୁହେଁ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଗର୍ଵ କରିବା । ଏହାସହ 1 ଏପ୍ରିଲରେ କୋଟିଆ ଯାଇ ଉତ୍କଳ ଦିବସ ପାଳନ କରିବା ସହ ଓଡ଼ିଆ ଭାଷାରେ କହିବାକୁ ପିଲା କେମିତି ଥ ଥ ମ ମ ହେଉଥିଲେ ସେହି ବିଷୟରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହାସହ ରାଷ୍ଟ୍ରପତିଙ୍କ ଦ୍ଵାରା ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ଏବଂ ଆଜି 6 ମାସ ପରେ ସ୍ଥାନୀୟ ଭାଷା କୁୱି ଦେଶିଆ ଭାଷାରେ ପୁସ୍ତକ ଉନ୍ମୋଚିତ ହୋଇଛି । ଏହା ହିଁ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମ । ଯାହା କୁହନ୍ତି ତାହା କରନ୍ତି । ଶିକ୍ଷା ବ୍ୟବସ୍ଥା ମାତୃଭାଷା ଆଧାରିତ ହେଉଛି ବୋଲି ସେ କହିଛନ୍ତି । ଏହାସହ ରାଜ୍ୟ ସରକାର ଏହାକୁ ଆଗକୁ ନିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଏହି ଅବସରରେ ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ଵ ଏବଂ ଏ କ୍ଷେତ୍ରରେ NCERTର ପଦକ୍ଷେପ ପ୍ରଶଂସନୀୟ । ମାତୃଭାଷାରେ ପିଲା ଶିକ୍ଷା ଗ୍ରହଣ କଲେ ତାର ବୌଦ୍ଧିକ ବିକାଶ ଘଟିବ, ଶିକ୍ଷାନୁଷ୍ଠାନରେ ନିଜର ଅନ୍ତନିର୍ହିତ ଜ୍ଞାନକୁ ପରିପ୍ରକାଶ କରିପାରିବ, ପ୍ରତି ଶୈକ୍ଷିକ ପରିବେଶରେ ନିଜର କଥନ ଶୈଳୀରେ ପରିପକ୍ଵତା ଆସିବ ବୋଲି କହିବା ସହ ମାତୃଭାଷାରେ ଶିକ୍ଷାଦାନ ଉଦ୍ୟମ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |