ନୂଆଦିଲ୍ଲୀ,୧୯।୮: ମୁମ୍ବାଇ-ବେଙ୍ଗଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଭୟାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ସାଙ୍ଗୋଲି ରୟାନ୍ନା ରେଳ ଷ୍ଟେସନରେ ଗାଡ଼ି ଠିଆ ହୋଇଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗିଯାଇଛି । ତେବେ ଟ୍ରେନରେ ନିଆଁ ଲାଗିବା ପରେ ସାରା ଷ୍ଟେସନ ଧୂଆଁମୟ ହୋଇ ଯାଇଛି ।- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ଟ୍ରେନ୍ଟି ସଙ୍ଗୋଲି ରୟାନ୍ନା ରେଲ୍ୱେ ଷ୍ଟେସନରେ ପହଞ୍ଚିବା ପରେ ଦୁଇଟି ବଗିରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ।ଟ୍ରେନ୍ରେ ନିଆଁ ଲାଗିବା ବେଳେ ସେଥିରେ କୌଣସି ଯାତ୍ରୀ ନଥିଲେ । ସମସ୍ତ ଯାତ୍ରୀ ଓହ୍ଲାଇଯାଇଥିବାରୁ ଏକ ବଡ଼ ଅଘଟଣକୁ ଏଡାଇ ଦିଆଯାଇଛି। ତେବେ କେଉଁ କାରଣରୁ ଟ୍ରେନ୍ରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡିନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |