Asia Cup-2023;ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୧।୮: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି ।୨୦୨୩ ଏସୀୟ କପ୍‌ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି। ଦଳରେ ୧୭ ଜଣଙ୍କ ଚୟନ କରାଯାଇଛି। ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ବିସିସିଆଇ ଚୟନକର୍ତ୍ତାମାନେ ଦିଲ୍ଲୀରେ ଏକ ବୈଠକ ପରେ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏସିଆ କପ୍ ଖେଳିବ। କେଏଲ ରାହୁଲ ଓ ଶ୍ରେୟସ ଆୟର ଟିମକୁ ଫେରିଛନ୍ତି । ଉଭୟ ଖେଳାଳି ଏବେ ବି ଆଘାତରୁ ଆରୋଗ୍ୟ ଲାଭ କରୁଛନ୍ତି। ତିଲକ ବର୍ମା ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କିନ୍ତୁ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବ ଭଳି ଉପଅଧିନାୟକ ଅଛନ୍ତି। ଭାରତ ଗତ ଏସିଆ କପରେ ଫାଇନାଲରେ ପ୍ରବେଶ କରିପାରିନଥିଲା ଓ ଗ୍ରୁପ ରାଉଣ୍ଡରୁ ବିଦାୟ ନେଇଥିଲା ।୨୦୨୩ ଏସିଆ କପ ପାଇଁ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟାର, କେ.ଏଲ ରାହୁଲ (ଉଇକେଟ କିପର), ସୂର୍ଯ୍ୟକୁମାର ଯାଦବ, ତିଳକ ଭର୍ମା, ଇଶାନ କିଶନ (ରିଜର୍ଭ ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍‌ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ ପ୍ରସିଦ୍ଧ କ୍ରିଷ୍ଣା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!