କଟକ,୨୨।୮: କଟକରେ ନକଲି ଓ ଅପମିଶ୍ରିତ ହଳଦୀ ଜବତ । କଟକ ମାଲଗୋଦାମର ଗୁଡ୍ସ ଶେଡ୍ରେ କଟକ ମହାନଗର ନିଗମ (ସିଏମସି) ଏନ୍ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ କରିଛି।ମାଲଗୋଦାମରେ ସିଏମସି ଏନଫୋର୍ସମେଣ୍ଟ ଟିମର ଚଢ଼ାଉ । ନକଲି ଓ ଅପମିଶ୍ରିତ ହଳଦୀ, ଲଙ୍କା ଗୁଣ୍ଡ ସାଙ୍ଗକୁ ପ୍ରାୟ ୫ କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି । ତେବେ ଗୋଦାମ ସିଲ କରିବା ସହ ନକଲି କାରବାର କରୁଥିବା ବି. ପାଣ୍ଡବ ନାମକ ବ୍ୟକ୍ତିଙ୍କ ନାଁରେ ଏତଲା ରୁଜୁ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |