ଆସନ୍ତା ମାସ ୩ରେ ଓ.ଜେ.ଏସ୍‍. ମୁଖ୍ୟ ପରୀକ୍ଷା

ଭୁବନେଶ୍ୱର,୨୫ା୮: ଓଡ଼ିଶା ବିଚାର ବିଭାଗ ସେବା – ଓ.ଜେ.ଏସ୍‍.ର ମୁଖ୍ୟ ଳିଖିତ ପରୀକ୍ଷା ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ – ଓ.ପି.ଏସ୍‍.ସି.ଙ୍କ ପକ୍ଷରୁ ପରୀକ୍ଷା ସୂଚୀ ଓ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ଦୁଇଟି ସିଟିଂରେ ପରୀକ୍ଷା କରାଯିବ ।ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ) ମୁଖ୍ୟ ଲିଖିତ ପରୀକ୍ଷା ସେପ୍ଟେମ୍ବର ୩ରୁ ଅନୁଷ୍ଠିତ ହେବ। ଗୁରୁବାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି।ସେପ୍ଟେମ୍ବର ୩ରୁ ପରୀକ୍ଷା ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯.୩୦ ରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଚାଲିବ। ୩ରେ ବାଧ୍ୟତାମୂଳକ (କମ୍ପଲସରି) ବିଷୟ ଇଂରାଜୀ ଓ ପ୍ରୋସିଡ୍ୟୁରାଲ ଲ’ ପରୀକ୍ଷା ହେବ। ସେହିପରି ୪,୫ ଓ ୭ ତାରିଖ ଇଚ୍ଛାଧୀନ(ଅପ୍ସନାଲ) ବିଷୟଗୁଡିକ ପରୀକ୍ଷା ହେବ। ଓପିଏସ୍‌ସି ପକ୍ଷରୁ ଭୁବ​‌େ​‌ନଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ଟି କେନ୍ଦ୍ର, କଟକରେ ସୁଧାନନ୍ଦ ଇଞ୍ଜିନିୟରିଂ କଲେଜ ଓ ସମ୍ବଲପୁରର ଧାନକୌଡା ସ୍ଥିତ ସେଣ୍ଟ ଜନ୍‌ସ୍‌ ସ୍କୁଲରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତବର୍ଷ ୯୯୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୨୮ରୁ ଓପିଏସ୍‌ସି ୱେବ୍‌ସାଇଟରେ ପ୍ରବେଶପତ୍ର ଡାଉନ୍‌ଲୋଡ କରିହେବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!