ନିର୍ବାଚନରେ ହେରଫେର ମାମଲା; ଆତ୍ମସମର୍ପଣ କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ ଜର୍ଜିଆ ନିର୍ବାଚନ ଫଳାଫଳକୁ ରଦ୍ଦ କରିବାକୁ ଚେଷ୍ଟା କରିବା ସହିତ ଜଡିତ ଏକ ମାମଲାରେ ଆଟଲାଣ୍ଟାର ଫୁଲଟନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଛନ୍ତି।ନିର୍ବାଚନରେ ହେରଫେର ମାମଲାରେ ଆତ୍ମସମର୍ପଣ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗିରଫଦାରୀର ମାତ୍ର ୨୦ ମିନିଟ୍‌ ପରେ ଟ୍ରମ୍ପଙ୍କୁ ଜାମିନ ମିଳି ଯାଇଥିବା ଜଣାଯାଇଛି। ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ପହଞ୍ଚିବା ବେଳକୁ ତାଙ୍କୁ ଦେଖିବାକୁ ଜେଲ୍‌ ବାହାରେ ଅସମ୍ଭବ ଭିଡ଼ ହୋଇଥିଲା। । ଏଥିନିମନ୍ତେ ଜେଲ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରେ ଔପଚାରିକତା ଦୃଷ୍ଟିରୁ ଟ୍ରମ୍ପଙ୍କୁ ଗିରଫ କରିଥିଲା ପୁଲିସ। ଏହାପରେ ଜେଲ୍‌ର ନିୟନ ଅନୁଯାୟୀ ତାଙ୍କର ମଗଶଟ୍‌ ଫଟୋଗ୍ରାଫି ନିଆଯାଇଥିଲା। ଫଳରେ ଟ୍ରମ୍ପ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯାହାର ମଗଶଟ୍‌ ଫଟୋଗ୍ରାଫି ନିଆଯାଇଛି।ଏହା ପରେ ଜେଲର ଅଧିକାରୀମାନେ ତାଙ୍କୁ ଗିରଫ କରି ଫୁଲଟନ କାଉଣ୍ଟି ଜେଲରେ ରଖିଥିଲେ। ତେବେ ପରେ ଦୁଇ ମିଲିୟନ ଡଲାରର ବଣ୍ଡରେ ଟ୍ରମ୍ପଙ୍କୁ ମୁକ୍ତ କରାଯାଇଥିଲା। ଏହା ପରେ ସେ ନ୍ୟୁ ଜର୍ସି ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ବିରୋଧରେ ଅପରାଧିକ ମାମଲାରେ ପୂର୍ବତନ ରାଷ୍ଟ୍ରପତି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ସ୍ଥାନୀୟ କିମ୍ବା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଆତ୍ମସମର୍ପଣ କରିବା ପୂର୍ବରୁ ବହୁ ସଂଖ୍ୟକ ସମର୍ଥକ ଜେଲ ବାହାରେ ଏକାଠି ହୋଇ ବିରୋଧ କରିଥିଲେ। ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ଜିଲ୍ଲା ଓକିଲ ଫନି ୱିଲିସ୍ଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।
ଏହାପୂର୍ବରୁ ଟ୍ରମ୍ପ କହିଥିଲେ ଯେ,୨୦୨୦ରେ ନିର୍ବାଚନକୁ ରଦ୍ଦ କରିବାକୁ ଯୋଜନା କରିଥିବା ଅଭିଯୋଗରେ ସେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ଅଛନ୍ତି। ୨୦୨୦ରେ ଟ୍ରମ୍ପଙ୍କ ବିରୋଧରେ ଜର୍ଜିଆର ର୍ନିବାଚନ ଫଳାଫଳକୁ ରଦ୍ଦ କରିବାକୁ ଷଡଯନ୍ତ୍ର କରି ଏକ ଡଜନରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଏହି ମାମଲାରେ ଟ୍ରମ୍ପ ଏବଂ ଅନ୍ୟ ୧୮ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!