ନକ୍ସଲ ବିସ୍ଫୋରଣ କରି ଉଡ଼ାଇ ଦେଲେ ବିଟ୍‌ ହାଉସ

ନୂଆପଡ଼ା,୨୫ା୮: ନୂଆପଡ଼ାରେ  ମାଓ ତାଣ୍ଡବ। ସଦର ଥାନା ଅନ୍ତର୍ଗତ ଗୋଳାବନ୍ଧ ନାକାପଡ଼ାରେ ବୋମାମାଡ଼ କରି ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଲେ ମାଓବାଦୀ। ଗୋଟିଏ ଘରେ ଲାଗିଛି ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍।ନୂଆପଡା ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ। ଗତ ରାତିରେ ନକ୍ସଲମାନେ ନୂଆପଡା ସଦର ଥାନା ଗୋଳାବନ୍ଧ ଗାଁରେ ଥିବା ଫରେଷ୍ଟ ବିଟ୍ ହାଉସକୁ ବୋମା ପକାଇ ଉଡାଇ ଦେଇଛନ୍ତି। ଏହାସହ ବିଟ୍ ହାଉସ୍ ପାଖରେ ଥିବା ଏକ ଜେସିବିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି।ଗାଁର ବିଭିନ୍ନ ସ୍ଥାନରେ ନକ୍ସଲ ପୋଷ୍ଟର ମରାଯାଇଛି। ଏହି ପୋଷ୍ଟରରେ ନକ୍ସଲମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଲେଖିଛନ୍ତି। ଏହାସହ ଲୋକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ନୂଆପଡ଼ା-ମୈନପୁର ଡିଭିଜନ ନକ୍ସଲ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ନକ୍ସଲ ଆସି ଏପରି କାଣ୍ଡ ଭିଆଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାହିଁ। ନକ୍ସଲଙ୍କ ଏପରି ବର୍ବରକାଣ୍ଡ ପରେ ଗ୍ରାମବାସୀ ମାନେ ଭୟବିତ  ହୋଇ ପଡ଼ିଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!