ନୂଆଦିଲ୍ଲୀ,୨୪।୮:ଭାରତ-ଇଥିଓପିଆ ସମ୍ପର୍କକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀରେ ତାଙ୍କ ଇଥିଓପିଆର ପ୍ରତିପକ୍ଷ ଆବି ଅହମ୍ମଦ ଅଲିଙ୍କ ସହ ଏକ ଫଳପ୍ରଦ ଆଲୋଚନା କରିଛନ୍ତି। ଇଥିଓପିଆର ବ୍ରିକ୍ସ ସଦସ୍ୟତା ପାଇଁ ଶ୍ରୀ ମୋଦୀ, ଶ୍ରୀ ଅଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବ୍ରିକ୍ସ ପରିବାରରେ ଯୋଗ ଦେବା ପାଇଁ ଇଥିଓପିଆକୁ ଭାରତର ସମର୍ଥନକୁ ଶ୍ରୀ ଅଲି ପ୍ରଶଂସା କରିଛନ୍ତି ବ୍ରିକ୍ସ-ଆଫ୍ରିକା ଆଉଟରିଚ ଏବଂ ବ୍ରିକ୍ସ ପ୍ଲସ ଡାଏଲଗକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମୋର ବିଶ୍ୱାସ ଯେ ବ୍ରିକ୍ସ ଦେଶ ଏବଂ ଏଠାରେ ଉପସ୍ଥିତ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନେ ବହୁମୁଖୀ ବିଶ୍ୱକୁ ମଜବୁତ କରିବାରେ ସହଯୋଗ କରିପାରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲାଟିନ ଆମେରିକାରୁ ମଧ୍ୟ ଏସିଆ ପର୍ଯ୍ୟନ୍ତ, ପଶ୍ଚିମ ଏସିଆରୁ ଦକ୍ଷିଣ-ପୂର୍ବ ଏସିଆ ପର୍ଯ୍ୟନ୍ତ, ଇଣ୍ଡୋ ପାସିଫିକ ଠାରୁ ଇଣ୍ଡୋ ଆଟଲାଣ୍ଟିକ ପର୍ଯ୍ୟନ୍ତ ଭାରତ ସମସ୍ତ ଦେଶକୁ ଗୋଟିଏ ପରିବାର ଭାବରେ ଦେଖୁଛି। ବସୁଧୈବ କୁଟୁମ୍ବକମ ଅର୍ଥାତ୍ ସମଗ୍ର ବିଶ୍ୱ ଏକ ପରିବାର, ହଜାର ହଜାର ବର୍ଷ ଧରି ଏହା ଆମର ଜୀବନଶୈଳୀର ଆଧାର ହୋଇଆସୁଛି। ଏହା ମଧ୍ୟ ଆମର ଜି -୨୦ ଅଧ୍ୟକ୍ଷତାର ମୂଳ ମନ୍ତ୍ର। ଚନ୍ଦ୍ରଯାନ-୩ର ଅବତରଣ ସାରା ବିଶ୍ୱ ପାଇଁ ଗର୍ବ ଏବଂ ପ୍ରେରଣାର ମୂହୁର୍ତ୍ତ ବୋଲି କହିବା ସହ ଶ୍ରୀ ଅଲି ଚନ୍ଦ୍ରଯାନ ମିଶନର ସଫଳତା ନେଇ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ସଂସଦୀୟ ସହଯୋଗ, ବିକାଶ ସହଭାଗୀତା ଏବଂ ଦକ୍ଷତା ବୃଦ୍ଧି, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ଆଇସିଟି, କୃଷି, ଯୁବକମାନଙ୍କର ଦକ୍ଷତା ଏବଂ ଜନ ଭାଗିଦାରୀ ସମ୍ପର୍କ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |