୬୯ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୨୪।୮:  ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ।  ଓଡିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ କୁ ମିଳିଲା  ଜାତୀୟ ପୁରସ୍କାର।   ‘ପ୍ରତୀକ୍ଷା’ ଲୋକଙ୍କର ହୃଦୟ ଜିତିବା ସହିତ ସିନେମା ଘରେ ତା’ର ଜଲୱା ଦେଖାଇଥିଲା । ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ ହୋଇଥିଲା ।ଏଥିସହିତ ଆଲିଆ ଭଟ୍ଟ ଏବଂ କୀର୍ତ୍ତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ପଙ୍କଜ ତ୍ରିପାଠୀଙ୍କୁ ଶେଷ୍ଠ ସହ-ଅଭିନେତା ପୁରସ୍କାରରେ ସମ୍ମାନିତ । ଆଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା । ପ୍ରତୀକ୍ଷାକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର । RRRକୁ ମିଳିଛି ଏକାଧିକ ପୁରସ୍କାର । ସର୍ଦ୍ଦାର ଉଦ୍ଧମକୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ । 777 ଚାର୍ଲି ଶ୍ରେଷ୍ଠ କନ୍ନଡ ଫିଲ୍ମ ।ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ଅଭିନେତା ଭିକ୍କି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଧମ ସିଂହ’କୁ ଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଅବସରରେ ସାରା ଦେଶର ବହୁ ଆଞ୍ଚଳିକ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଫିଲ୍ମ ନିର୍ମାତା, ଟେକ୍ନିସିଆନଙ୍କୁ ପୁରସ୍କୃତ କରାଯାଇଛି । ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ସମସ୍ତ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, କଳାକାରଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।ତେବେ ୬୯ତମ ଜାତୀୟ ଫିଲ୍ମ ପୁରସ୍କାରରେ ଚମକିଛି ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା । ‘ପ୍ରତୀକ୍ଷା’ ଚଳଚ୍ଚିତ୍ରକୁ ମିଳିଛି ଶ୍ରେଷ୍ଠ ଫିଲ୍ମ ପୁରସ୍କାର । ‘ପ୍ରତୀକ୍ଷା’ ଲୋକଙ୍କର ହୃଦୟ ଜିତିବା ସହିତ ସିନେମା ଘରେ ତା’ର ଜଲୱା ଦେଖାଇଥିଲା । ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ ହୋଇଥିଲା । ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶକୁ ଫିଲ୍ମରେ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଥିଲା |ଏହି ଫିଲ୍ମର କାହାଣୀ ଏତେ ମନଛୁଆଁ ହୋଇଥିଲା ଯେ ଦର୍ଶକଙ୍କ ଆଖି ଲୁହ ଦେଖବାକୁ ମିଳିଥିଲା । ଦୀର୍ଘଦିନ ଧରି ଓଡ଼ିଆ ଫିଲ୍ମକୁ ହଲ ମିଳୁନଥିବା ବେଳେ ‘ପ୍ରତୀକ୍ଷା’ ମାଧ୍ୟମରେ ଦର୍ଶକମାନେ ଓଡ଼ିଆ ଫିଲ୍ମକୁ ପୁଣି ଥରେ ଭଲପାଇବା ଦେଇଥିଲେ । ଚଳଚ୍ଚ୍ରିତରେ ଜଣେ ବାପା ଓ ପୁଅର ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା । ଫିଲ୍ମରେ ଦୀପନ୍ୱିତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଗୋଟିଏ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରରେ ପୁରସ୍କାରପ୍ରାପ୍ତ ହେବା ନିଶ୍ଚିତ ଭାବେ ସମଗ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଗୌରବର ମୁହୂ

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!