କେମିତି ଥିଲା ମିଶନ ଚନ୍ଦ୍ର ?

ନୂଆଦିଲ୍ଲୀ,୨୪ା୮:ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ନିଜର ଛାପ ଛାଡ଼ି ଇତିହାସ ରଚିଛି। କହିବାକୁ ଓ ଶୁଣିବାକୁ ବେଶ ସହଜ ଲାଗୁଥିଲେ ମଧ୍ୟ ଇସ୍ରୋ ପାଇଁ ଏହି ମିଶନ ବେଶ ଚ୍ୟାଲେଞ୍ଜିଂ ଥିଲା।  ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହାକୁ କିପରି ବର୍ଣ୍ଣନା କରିବି ମୋ’ ପାଖରେ ଶବ୍ଦ ନାହିଁ। ଏହା ସହିତ ସେ ସ୍ପେସ୍‌ ଏଜେନ୍ସିର ପରବର୍ତ୍ତୀ ମିଶନ ବିଷୟରେ କହିଥିଲେ। ସୋମନାଥ କହିଛନ୍ତି, ବର୍ତ୍ତମାନ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ ପ୍ରସ୍ତୁତ ଏବଂ ଏହା ଆରମ୍ଭ ହେବାକୁ ଯାଉଛି।ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ କେବେ ଲଞ୍ଚ ହେବ ସୋମନାଥଙ୍କୁ ପଚାରିବାରୁ ସେ କହିଥିଲେ, ଏହା ପ୍ରସ୍ତୁତ ଏବଂ ଆରମ୍ଭ ହେବାକୁ ଯାଉଛି। ଏହି ମିଶନ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ମିଶନ ଏବଂ ସେପ୍ଟେମ୍ବର ପ୍ରଥମ ସପ୍ତାହରେ  ଆରମ୍ଭ ହେବ। ସେ କହିଛନ୍ତି, ଲଞ୍ଚ ହେବା ପରେ ଏହି ଯାନ ଗନ୍ତବ୍ୟ ସ୍ଥଳ ଏଲ୍‌-୧ରେ ପହଞ୍ଚିବାକୁ ଅନେକ ଦିନ ଲାଗିବ।ଚନ୍ଦ୍ରଯାନ-୩ ଅନେକ ଘାତ ଓ ପ୍ରତିଘାତର ସାମ୍ନା କରିଥିଲା। କିନ୍ତୁ ବୁଧବାର ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ବେଶ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି। ଲ୍ୟାଣ୍ଡର ବିକ୍ରମ ଦକ୍ଷିଣ ମେରକୁ ସ୍ପର୍ଶ କରିବା ପରେ ରୋଭର ପ୍ରଜ୍ଞାନ ମଧ୍ୟ ଚନ୍ଦ୍ରରେ ବିଚରଣ ଆରମ୍ଭ କରି ଦେଇଛି।ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ନିଜର ଛାପ ଛାଡ଼ି ଇତିହାସ ରଚିଛି। କହିବାକୁ ଓ ଶୁଣିବାକୁ ବେଶ ସହଜ ଲାଗୁଥିଲେ ମଧ୍ୟ ଇସ୍ରୋ ପାଇଁ ଏହି ମିଶନ ବେଶ ଚ୍ୟାଲେଞ୍ଜିଂ ଥିଲା।ଏବେ ସେ ବିଷୟରେ ଇସ୍ରୋର ମୁଖ୍ୟ ଏସ ସମୋନାଥ ସୂଚନା ଦେଇଛନ୍ତି। ଭାରତ ଭଳି ରୁଷ ମଧ୍ୟ ଲୁନା ୨୫କୁ ଚନ୍ଦ୍ରର ଦକ୍ଷିଣ ମେରକୁ ପଠାଇଥିଲା। କିନ୍ତୁ ରବିବାର ଏହା କ୍ରାଶ ହୋଇ ଯାଇଥିଲା। ତେଣୁ ଭାରତ ପାଇଁ ଚ୍ୟାଲେଞ୍ଜ ଆହୁରି ବଢ଼ି ଯାଇଥିଲା। ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚନ୍ଦ୍ରଯାନ-୩ ସଫଳ ହୋଇଛି।ଭାରତ ତୃତୀୟ ପ୍ରୟାସରେ କୌଣସି ସ୍ପେଶକ୍ରାଫ୍ଟକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରିଛି। ଚନ୍ଦ୍ରଯାନ-୨ ମଧ୍ୟ ଚନ୍ଦ୍ରରେ ପହଞ୍ଚିଥିଲା। କିନ୍ତୁ ଏହାର ଲ୍ୟାଣ୍ଡର ୨୦୧୯ ମସିହା ସେପ୍ଟେମ୍ବରରେ କ୍ରାଶ କରି ଯିବାରୁ ଇସ୍ରୋ ନିରାଶ ହୋଇଥିଲା।ଏବେ ଏସ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ-୨ ଚନ୍ଦ୍ରରେ ହାର୍ଡ ଲ୍ୟାଣ୍ଡିଂ କରିଥିବାରୁ ଏଥିରୁ କୌଣସି ଜିନିଷ ଉଦ୍ଧାର କରାଯାଇ ପାରି ନଥିଲା। ତେଣୁ ସବୁ କିଛି ନୂଆ କରି ତିଆରି କରାଯାଇଥିଲା।ସେ କହିଛନ୍ତି, “ମିଶନ ପାଇଁ ସବୁ କିଛି ମୂଳରୁ ଆରମ୍ଭ କରାଯାଇଥିଲା। ଚନ୍ଦ୍ରଯାନ-୨ରୁ ଆମେ ଚନ୍ଦ୍ର ଠାରୁ କିଛି ବି ପାଇ ନଥିଲୁ। ମିଶନର ପ୍ରଥମ ବର୍ଷ ଚନ୍ଦ୍ରଯାନ-୨ରେ କ’ଣ ସବୁ ତ୍ରୁଟି ଥିଲା, ତା’କୁ ଖୋଜି ବାହାର କରାଯାଇଥିଲା। ଦ୍ୱିତୀୟ ବର୍ଷରେ ଆମେ ସବୁ କିଛି ରିଭାଇଜଡ କରିଥିଲୁ। ଶେଷ ୨ ବର୍ଷ ସବୁ ଜିନିଷର ଟେଷ୍ଟ କରାଯାଇଥିଲା।”ମହାମାରୀ କରୋନା ମଧ୍ୟ ଇସ୍ରୋର ମିଶନ ଚନ୍ଦ୍ରକୁ ପ୍ରଭାବିତ କରିଥିବା ମଧ୍ୟ ସୋମନାଥ କହିଛନ୍ତି। ତାଙ୍କ କହିବା କଥା, “କୋଭିଡ ଆମର କିଛି କାର୍ଯ୍ୟକ୍ରମକୁ ପ୍ରଭାବିତ କରିଥିଲା। ତଥାପି ଆମେ କିଛି ରକେଟ ଲଞ୍ଚ କରିଥିଲୁ। କୋଭିଡ ପରେ ଆମେ ପୁଣି ମିଶନର ଟ୍ରାକ୍‌କୁ ଫେରିଥିଲୁ।”ଚନ୍ଦ୍ରଯାନ-୩ ସଫଳ ହେବା ସ୍ୱତନ୍ତ୍ର। କାରଣ ଅନ୍ୟ କୌଣସି ସ୍ପେଶ କ୍ରାଫ୍ଟ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସକ୍ଷମ ହୋଇ ନଥିଲେ। ପୂର୍ବ ମିଶନରେ ଟାର୍ଗେଟ ହୋଇଥିବା ଇକ୍ୟୁଟୋରିଆଲ ରିଜନ ଠାରୁ ଏହା ବହୁତ ଦୂର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!