ପୁରୀ,,୨୪।୮: ପୁରୀ ଟାଉନ୍ରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନ୍କାଉଣ୍ଟର।ଅପରାଧୀକୁ ପୁଲିସର ଏନକାଉଣ୍ଟର। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ବର ଜଙ୍ଗଲରେ ପୁଲିସ ଏନକାଉଣ୍ଟର କରିଛି। ଅପରାହ୍ଣ ୩ଟା ୪୦ରେ ହୋଇଥିଲା ଏନକାଉଣ୍ଟର। ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲା ପିନୁ। ଏହାର ପ୍ରତି ଜବାବରେ ପୁଲିସ ପିନୁ ଉପରକୁ ଗୁଳିମାଡ କରିଥିଲା। ଫଳରେ ଅପରାଧୀ ପିନୁର ବାମ ଗୋଡରେ ଗୁଳି ବାଜିଥିବା ଜଣାପଡ଼ିଛି। ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଛି।। ପିନୁର ବାମଗୋଡ଼ରେ ବାଜଛି ଗୁଳି ବାଜିବାରୁ ଗୁରୁତର ଆହତ ହୋଇଛି। ଗୁରୁତର ଆହତ ପିନୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ ମାମଲା ରହିଛି। ପିନୁଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି ସହ ବାଇକ ଜବତ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |