ଉପାନ୍ତ ମାଲକାନଗିରି ଅଂଚଳରୁ ଇସ୍ରୋ ବୈଜ୍ଞାନିକ ଜୟନ୍ତ କୁମାର

ମାଲକାନଗିରି,୨୭ା୮ :ମାଲକାନଗିରି ଜିଲା ପୋଟେରୁର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲ୍‌ଦାର କେରଳ ଥିରୁଭାନନ୍ତପୁରମ୍‌ ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର ମେକାନିଜମ୍‌ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଚନ୍ଦ୍ରଯାନ ୩ ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର। ଜୟନ୍ତ କେରଳ ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।ଚନ୍ଦ୍ରୟାନ- ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ବରିଷ୍ଠ ମେକାନିକ୍‌ ବୈଜ୍ଞାନିକ ଭାବେ ଯୋଗଦେଇ ଚନ୍ଦ୍ରୟାନ-୩ ପ୍ରକଳ୍ପର ରକେଟ ପେଲୋଡ୍‌ ଫେରିଙ୍ଗ ଡିଭିଜନର ଦାୟିତ୍ୱରେ ଥିଲେ ଜୟନ୍ତ ଓ ତାଙ୍କ ଟିମ୍‌। ମାଲକାନଗିରି ଜିଲାରେ ତାଙ୍କ ବାପା ସ୍ବର୍ଗତ ଜୟଦେବ ହାଲ୍‌ଦାର ଶିକ୍ଷକତା କରୁଥିଲେ । ଜୟନ୍ତ ପୋଟେରୁ ସରକାରୀ ବିଦ୍ୟାଳୟରେ ପଞ୍ଚମ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ଷଷ୍ଠରୁ କୋରାପୁଟ ଜବାହର ନବୋଦୟ ବିଦ୍ୟାଳୟରେ ପାଠପଢି ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁଟ୍‌ ଅଫ୍‌ ସ୍ପେସ୍‌ ସାଇନ୍‌ସ ଆଣ୍ଡ ଟେକ୍ନୋଲୋଜି(ଆଇଆଇଏସ୍‌ଟି) ଅନୁଷ୍ଠାନରେ ବିଟେକ ଏରୋସ୍ପେସ୍‌ ଇଞ୍ଜିିନିୟରିଂ କରିବା ଲାଗି ସୁଯୋଗ ପାଇଥିଲେ। ୨୦୧୨ରେ ଏରୋସ୍ପେସ୍‌ ଇଞ୍ଜିିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ। ପ୍ରଥମେ ୨୦୧୨ରୁ ୨୦୧୮ ଯାଏ ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ର କ୍ରାୟୋଜେନିକ ପ୍ରୋପେଲର ବିଭାଗରେ କାମ କରୁଥିଲେ।୨୦୧୨ରେ ଏରୋସ୍ପେସ ଇଂଜିନିୟରିଂରେ ବିଟେକ୍ ଡିଗ୍ରୀ ହାସଲ କରିବା ପରେ ଜୟନ୍ତ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରିବାର ସୁଯୋଗ ପାଇଥିଲେ। ୨୦୧୮ ପର୍ଯ୍ୟନ୍ତ ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ରରେ କ୍ରାୟୋଜେନିକ୍ ପ୍ରୋପେଲର ବିଭାଗରେ କାମ କରୁଥିଲେ। ତା ପରଠାରୁ ସେ ଏବେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ବରିଷ୍ଠ ମେକାନିକ୍ସ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି। ପୁଅ ଏବେ କର୍ମ କ୍ଷେତ୍ରରେ ଥିବା ବେଳେ ଏବେ ତାଙ୍କୁ ନେଇ ପରିବାର ଲୋକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ସମସ୍ତେ ଗର୍ବ ଅନୁଭବ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!