ପୋଲିସ୍ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଭବାନୀପାଟଣା ,୨୮।୮ :ପୋଲିସ୍ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ| କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାର ପୁଲିସ୍ ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ ହୋଇଛି । ନିର୍ବାଚନ ପୂର୍ବରୁ ରେଞ୍ଜ ବଦଳିରେ ବହୁ ଇନ୍ସପେକ୍ଟର କଳାହାଣ୍ଡି ଜିଲ୍ଲାରେ ଯୋଗ ଦେଇଛନ୍ତି । ଭବାନୀପାଟଣା ଟାଉନ୍ ଥାନାରେ ଯଶୋବନ୍ତ କୁମାର ହିଆଲ ଦାୟିତ୍ୱ ଦିଆଯାଇଥିବା ବେଳେ ଭବାନୀପାଟଣା ସଦର ଥାନାରେ ନରେଶ ପ୍ରଧାନଙ୍କୁ ପୋଷ୍ଟିଂ କରାଯାଇଛି ।ଏହା ସହ କେଗାଁ ଥାନାରେ ମୁକୁନ୍ଦ ଦେବ ନାଏକ, ଥୁଆମୂଳରାମପୁର ଥାନାରେ କୈବଲ୍ୟ ସେଠ, ସାଇବର ଥାନାରେ ସ୍ନିଗ୍ଧାରାଣୀ ସୁନା, କେସିଙ୍ଗା ଥାନାରେ ପ୍ରଦ୍ୟୁମ୍ନ ମହାପାତ୍ର, ନର୍ଲା ଥାନାରେ ଗଙ୍ଗାଧର ମେହେର, ମଦନପୁର ରାମପୁର ଥାନାରେ ସୁଦର୍ଶନ ନାଏକ, ବିଶ୍ୱନାଥପୁର ଥାନାରେ ମମତା ହେମ୍ବ୍ରମ, ଲାଞ୍ଜିଗଡ଼ ଥାନାରେ ବିଜୟ ଲକ୍ଷ୍ମୀ ହିକକା, ବିଜେପୁର ଥାନାରେ ରଘୁନାଥ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଜୁନାଗଡ଼ ଥାନାରେ ଶେଷଦେବ ବେହେରା, ଧର୍ମଗଡ଼ ଥାନାରେ ଦାମୋଦର ବିହାରୀ, ଗୋଲାମୁଣ୍ଡା ଥାନାରେ ଶ୍ୱେତପଦ୍ମା ସେଠ, କୋକସରା ଥାନାରେ ରନିତାରାଣୀ ପ୍ରଧାନ, ଆମପାଣି ଥାନାରେ ଉଲ୍ଲାସଚନ୍ଦ୍ର ରାଉତ, ଜୟପାଟଣା ଥାନା ମମତା ପାଣିଗ୍ରାହୀ, କଲମପୁର ଥାନା ଜିତେନ୍ଦ୍ର ବିଶ୍ୱାଲ, କର୍ଲାପାଟ ଥାନାରେ ବିଜୟରାଜ ମାଝୀ, ଡିସିଆରବିରେ ନିଳାମ୍ବର ଜାନୀ ପ୍ରମୁଖ ଯୋଗ ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!