ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ,କଳାପତାକା ପ୍ରଦର୍ଶନ

  ଲଡୁଗାଁ,,୫।୯ : ନର୍ଲାରେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ । ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଇଥିଲେ । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ନାରାବାଜି ସହ କଳାପତାକା ପ୍ରଦର୍ଶନ । ବିଧାୟକ ଭୂପିନ୍ଦର ସିଂ ଓ ପ୍ରଦୀପ ଦିଶାରୀ ବି ଥିଲେ । ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିରୋଧ ।ନର୍ଲାଠାରେ ୩ଜଣ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ କରାଯାଇଛି। ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂହ ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ କରିଛନ୍ତି ଜିଲା ଯୁବ କଂଗ୍ରେସ କର୍ମକର୍ତ୍ତା। । ମଙ୍ଗଳବାର ବିଧାୟକମାନେ ସେଠାରେ ପ୍ରାଥମିକ ଶିକ୍ଷକ ସଂଘର ଜିଲାସ୍ତରୀୟ ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଗୁରୁ ଦିବସରେ ମମିତା ମେହେର ଭଳି ଜଣେ ଗୁରୁଙ୍କ ହତ୍ୟା ଅଭିଯୋଗରେ ସମୃକ୍ତି ଥିବା ବିଧାୟକ ଆସିଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!