କଟକ,୧୬।୯:କଟକରେ କମିଶନରେଟ୍ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନକାଉଣ୍ଟର କରାଯାଇଛି । ସଦର ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର କରିଛି ପୋଲିସ । ସୂଚନାନୁଯାୟୀ ମନୋଜର ଗୋଡ଼ରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଭାବେ SCBରେ ଭର୍ତ୍ତି କରାଯାଇଛି । କନ୍ଦରପୁରରେ ଗୁଳି କରି ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲା ମନୋଜ ।ଅପରାଧୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ପ୍ରକ୍ରିୟା ପୁଲିସ୍ ଆରମ୍ଭ କରି ଦେଇଥିବା ବେଳେ ଆବଶ୍ୟକ ପଡ଼ିଲେ ଏନକାଉଣ୍ଟର କରିବାକୁ ପଛାଉନି। ଗତକାଲି ରାତିରେ କଟକରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଗୋଡ଼ରେ ବାଜିଛି ଗୁଳି । ଏହି ଅପରାଧୀଜଣକ ହେଉଛି ମନୋଜ ମହାରଣା (ମଙ୍ଗୁ) ।ମଙ୍ଗଙ୍କୁ ଗତକାଲି ରାତିରେ ସଦର ଅଞ୍ଚଳରେ ଏନକାଉଣ୍ଟର କଲା କମିଶନରେଟ ପୁଲିସ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।ଗତ କିଛି ଦିନ ତଳେ କନ୍ଦରପୁର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଘଟଣାରେ ମଙ୍ଗୁ ହେଉଛି ମୁଖ୍ୟ ଅଭିଯୁକ୍ତ । ସେ ତପୁ ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ। ତା ନାଁରେ ୮ଟି ଚୋରି ଡକାୟତି, ଦାଦା ବଟି ଚୋରା ବନ୍ଧୁକ କାରବାର ଆଦି ଏକାଧିକ ମାମଲା କମିଶନରେଟ ପୁଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ରହିଛି।ମଙ୍ଗୁ ଘର ସଦର ଥାନା ଅନ୍ତର୍ଗତ ଭାଣପୁର ଅଞ୍ଚଳରେ। ଗତକାଲି ରାତିରେ ସେ ସଦର ଅଞ୍ଚଳରେ ଥିବା ଖବର ପାଇବା ପରେ ପୁଲିସ ରେଡ କରିଥିଲା । ପୁଲିସ ହାତରୁ ଖସିଯିବା ପାଇଁ ସେ କନ୍ଦରପୁର ଥାନା ଆଇଆଇସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା। ଫଳରେ ଆତ୍ମ ରକ୍ଷା ପାଇଁ ପୁଲିସ ମଙ୍ଗୁକୁ ଗୁଳି କରିଥିଲା। ଘଟଣା ସ୍ଥଳ ରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୁଲିସ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |