ଚଳିତମାସ ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୮।୯ : ଚଳିତମାସ ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ। ୮ ଦିନିଆ ଏହି ସ୍ବଳ୍ପ ଅଧିବେଶନ କାଳରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅଧିବେଶନ ଶୃଙ୍ଖଳାର ସହ ପରିଚାଳନା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ସରକାରଙ୍କ ପକ୍ଷରୁ ବିଗତ ଦିନରେ ଘୋଷଣା ହୋଇଥିବା ‘ମୋ-ଘର’, ‘ସ୍କୁଟି’ ଓ ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଭଳି ଯୋଜନା ବିଧାନସଭାରେ ଆଲୋଚନା ପରିସରକୁ ଆସିପାରେ। ବିଧାନସଭାର ପ୍ରଥମ ଦିବସରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମ ଓଡ଼ିଶାର ଜଣେ ମହିଳାଙ୍କୁ ବାଚସ୍ପତି ଆସନରେ ବସାଇବା ପାଇଁ ଚର୍ଚ୍ଚା ହେଉଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିରୋଧୀ ଏହି ବିଧାନସଭା ଅଧିବେଶନରୁ କିଭଳି ଅଧିକ ଫାଇଦା ଉଠାଇ ପାରିବେ ତାକୁ ନେଇ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ବିଜେପି ଓ କଂଗ୍ରେସ ପକ୍ଷରୁ ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ନିଶାଣ କରାଯିବାକୁ ମନ୍ଥନ ଚାଲିଛି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗ, ଶିକ୍ଷକ ଆନ୍ଦୋଳନ, ଚାଷ ଓ ଚାଷୀ, ଖଣି ଦୁର୍ନୀତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗ ଏଥର ବିଧାନସଭାରେ ଉଠିବ ବୋଲି ବିରୋଧୀ ଦଳ ପକ୍ଷରୁ ସୂଚନା ମିଳିଛି। ଶାସକଦଳ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!