ପୁରୀ,୨୧।୯: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିମ୍ବାସୁର ବଧ ନୀତି ଶ୍ରୀକୃଷ୍ଣ ଲୀଳାରେ ଅନୁଷ୍ଠିତ ହେବ | ଆଜି ସଂଧ୍ୟାଧୂପ ପରେ ମଦନମୋହନ ଖଟଶେଜ ଉପରେ ବିଜେ ହେବା ପରେ ସେଠାରେ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ | ଶ୍ରୀକୃଷ୍ଣ ବିମ୍ବାସୁରକୁ ବଧ କରିବା ପରେ ଶୀତଳ ଭୋଗ ହୋଇ ଠାକୁର ମାନେ ଦକ୍ଷିଣ ଘରକୁ ବିଜେ କରିବେ | ଶ୍ରୀକୃଷ୍ଣ ଲୀଳାର ବିମ୍ବାସୁର ବଧ ଆଉ ଏକ ଅଧ୍ୟାୟ | ବିମ୍ବାସୁର ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ | କିନ୍ତୁ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ତାକୁ ହତ୍ୟା କରିଥିଲେ | ମାର୍କଣ୍ଡେସ୍ୱର ସାହି ପକ୍ଷରୁ ଏହି ପ୍ରସ୍ତାବ କରାଯିବ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |