ପାରାଦୀପ,,୨୧।୯: ପାରାଦୀପରେ ସେନାର ସମରାଭ୍ୟାସ ଆରମ୍ଭ ହୋଇଛି। ଦୁଇଦିନ ଧରି ଚାଲିବ ଏହି ମିଳିତ ସମରାଭ୍ୟାସ ସାଗର କବଚ –୨। ୨୦୦୮ ନଭେମ୍ବର ମାସରେ ମୁମ୍ବାଇରେ ଆତଙ୍କବାଦୀ ଜଳପଥ ଦେଇ ଆକ୍ରମଣ କରିଥିଲେ। ଏହାପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯାଇ ଏହିଭଳି ସମରାଭ୍ୟାସ ହେଉଛି।ପାରାଦୀପରେ ‘ସାଗର କବଚ-୨’ । ପାରାଦୀପରେ ଚାଲିଛି ସମରାଭ୍ୟାସ । ଏହା ୨ଦିନ ଧରିଚାଲିବ । ଏଥିରେ ସାମିଲ ହୋଇଛନ୍ତି ଓଡିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ବିଭାଗ । ଜଳପଥ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ସମରାଭ୍ୟାସ ଚାଲିଛି । ଏଥିରେ ୧୮ରୁ ଉର୍ଦ୍ଧ ବିଭାଗ ସାମିଲ ହୋଇଛନ୍ତି । ୪୮୦ କିଲୋମିଟର ସମୁଦ୍ର ଭିତରେ ଚାଲିଛି ଏହି ସମରାଭ୍ୟାସ । ବିଭିନ୍ନ ବିଭାଗକୁ ରେଡ ଏବଂ ବ୍ଲୁ ଦୁଇଟି ଟିମରେ ବିଭକ୍ତ କରାଯାଇଛି । ଏଥିରେ ଗୋଟିଏ ଟିମ ଆକ୍ରମଣ କଲାବେବେଳ ଅନ୍ୟ ଟିମ କିପରି ସେଥିରୁ ନିଜକୁ ବଞ୍ଚାଇବ ତାହାର ଅଭ୍ୟାସ ଚାଲିଛି । ଏହି ସମରାଭ୍ୟାସ ପ୍ରତ୍ୟେକ ବର୍ଷ ୨ ଥର କରାଯାଇଥାଏ । ଏହି ଅଭ୍ୟାସ ଦୁଇ ଦେଶ ମିଳିତ ଭାବରେ କରୁଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |