୧୦ ଦଫା ଦାବି ନେଇ ରାଜଧାନୀରେ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ

ଭୁବନେଶ୍ବର,୨୨ା୯: ପ୍ରତିବାଦ ଓ ନାରାରେ ଥରିଲା ଲୋୟର ପିଏମଜି । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସାରା ରାଜ୍ୟର ଅଙ୍ଗନବାଡି କର୍ମୀ । ୫୦୦ କି ୬୦୦ ନୁହେଁ ପାଖାପାଖି ୫୦୦୦ ଅଙ୍ଗନବାଡି କର୍ମୀଙ୍କ ପ୍ରତିବାଦରେ କମ୍ପିଲା ରାଜଧାନୀ ।  ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟାଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବିପତ୍ର ମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବୀ ପୂରଣ କରିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ନିଜେ ନିଜର ଲିଖିତ ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ କରି ସାରା ରାଜ୍ୟରୁ ହଜାର ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡ଼ି କର୍ମୀମାନେ ଆଜି ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିଛନ୍ତି। ଯଥାଶୀଘ୍ର ସରକାର ଦାବୀ ପୂରଣ କରିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଯାହା ଅସୁବିଧା ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଅନ୍ତିମ ଚେତାବନୀ ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ।ନିଜର ହକ୍ ପାଇଁ ଅଙ୍ଗନୱାଡି କର୍ମୀଙ୍କ ବିଧାନସଭା ଘେରାଓର ଆହ୍ୱାନ ରାଜଧାନୀ ପାଣିପାଗରେ ଉଷ୍ମତା ଭରି ଦେଇଥିଲା । ଅଲ୍ ଓଡିଶା ଅଙ୍ଗନୱାଡି ଲେଡ଼ିଜ୍‌ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବୀପତ୍ର ମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବି  ପୁରଣ କରିବା ଦିଗରେ ସମ୍ପୂର୍ଣ ବିଫଳ ହେଇଛନ୍ତି ।ନିଜେ ନିଜର ଲିଖିତ ପ୍ରତିଶୃତି ପାଳନ କରୁନାହାନ୍ତି ତେଣୁ ବାଧ୍ୟ ହୋଇ ସାରାରାଜ୍ୟରୁ ହଜାର ହଜାର ସଂଖ୍ୟାରେ କର୍ମୀ ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀ ମାନେ ବିଧାନ ସଭା ଘେରାଓ ପାଇଁ ବାହାରିଥିଲେ । ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ଏଥି ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ଦାବି । ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀର ମାନ୍ୟତା ମଧ୍ୟ ଦିଆଯାଉ ଓ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!