ଭୁବନେଶ୍ବର,୨୭ା୯: ମୌସୁମୀ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ । ଆଜି ପ୍ରଶ୍ନକାଳରେ କୃଷି, ଗଣଶିକ୍ଷା, ଉଚ୍ଚ ଶିକ୍ଷା,ସମବାୟ, ଖାଦ୍ୟ ଯୋଗାଣ,ଶ୍ରମ କର୍ମଚାରୀ ବୀମା, ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ରହିଛି । ଆଜି ସ୍ବାଭାବିକ ଚାଲିପାରେ ଗୃହ । ଗତକାଲି ଅପରାହ୍ନ ଅଧିବେଶନରୁ ସ୍ବାଭାବିକ ହୋଇଛି ଗୃହ କାର୍ଯ୍ୟ । ୩ ଦିନ ପରେ ପ୍ରଶ୍ନକଳ ସ୍ବଭାବିକ ହୋଇଛି। ଆଜିର ଅଧିବେଶନରେ ବିଧାନସଭାରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗର ଆଲୋଚନା ହେବ ବୋଲି ସୂଚନା ରହିଛି।ଏ ନେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ତାଙ୍କର ମତ ରଖି କହିଛନ୍ତି, ‘‘ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ୨୦୨୩ – ୨୪ ବର୍ଷରେ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ୩୦ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ। ଯେଉଁଠି ଡାଲି ଜାତୀୟ ଚାଷର ଭଲ ଉତ୍ପାଦନ ହେଉଛି, ସେହି ସ୍ଥାନକୁ ପ୍ରାଥମିକତା ଦିଆଯିବ।’’
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |