ଅଯୋଧ୍ୟା, ୨୭।୯: ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ପୂର୍ବକ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଉତ୍ସର୍ଗ କରାଯିବ। ମନ୍ଦିର ନିର୍ମାଣ କମିଟି ସଭାପତି ନୃପେନ୍ଦ୍ର ମିଶ୍ର ମଙ୍ଗଳବାର ଦେଇଥିବା ସୂଚନା ଅନୁଯାୟୀ ଜାନୁଆରୀ ୨୦ରୁ ୨୪ ତାରିଖ ମଧ୍ୟରେ ମନ୍ଦିର ପ୍ରତିଷ୍ଠା ସହିତ ଭଗବାନ ଶ୍ରୀରାମ ଓ ଅନ୍ୟାନ୍ୟ ଦେବଦେବୀଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। ଶ୍ରୀ ମିଶ୍ର କହିଛନ୍ତି ଯେ ତିନି ମହଲା ବିଶିଷ୍ଟ ମନ୍ଦିର ତଳ ମହଲାର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହେବ। ମନ୍ଦିରର ଶିଖରରେ ଏପରି ଡିଜାଇନ କରାଯାଉଛି ଯେପରିକି ପ୍ରତିବର୍ଷ ରାମନବମୀ ଦିନରେ ସୂର୍ଯ୍ୟଙ୍କ କିରଣ ଗର୍ଭଗୃହରେ ଥିବା ଭଗବାନ ଶ୍ରୀରାମ ମୁଣ୍ଡରେ ପଡିବ। ଏହି ଡିଜାଇନକୁ ବେଙ୍ଗାଲୁରୁରେ ନିର୍ମାଣ କରାଯାଉଥିବା ବେଳେ ଏହାକୁ ବୈଜ୍ଞାନିକମାନେ ତଦାରଖ କରୁଛନ୍ତି। ଅଯୋଧ୍ୟା ରାମ ମନ୍ଦିର ନେଇ ଆସିଲା ବଡ଼ ସୂଚନା । ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ । ପିଟିଆଇକୁ ଏକ ସାକ୍ଷାତକାରରେ ଏନେଇ ସୂଚନା ଦେଇଛନ୍ତି ରାମ ମନ୍ଦିର ଟ୍ରଷ୍ଟ ପ୍ରମୁଖ ନୃପେନ୍ଦ୍ର ମିଶ୍ରା । ଆସନ୍ତା ବର୍ଷ ଜାନୁଆରୀ ୨୨ରେ ଶ୍ରୀରାମଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା । ୨୦ରୁ ୨୪ ତାରିଖ ମଧ୍ୟରେ ଏକ ବିଶାଳ ସମାବେଶର ଆୟୋଜନ ହେବ । ଯେଉଁଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |