ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆ ,ଭାରତ ଆଗରେ ୩୫୩ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଆଜି ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ ଉଭୟ ଦଳରେ ବଡ଼ ପରିବର୍ତ୍ତନ କରାଯାଇଛି। ଟିମ ଇଣ୍ଡିଆ ଏହି ସିରିଜ୍‌ରେ ୨-୦ରେ ଆଗରେ ଅଛି। ରାଜକୋଟରେ ଅନୁଷ୍ଠିତ ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆରେ ଭାରତ ଆଗରେ ୩୫୩ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆର ସମ୍ମୁଖଭାଗ ବ୍ୟାଟ୍ସମ୍ୟାନଙ୍କ ଉତ୍ତମ ପ୍ରଦର୍ଶନ ଫଳରେ ଅଷ୍ଟ୍ରେଲିଆ ଭାରତ ଆଗରେ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଛି । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ଓ୍ବାର୍ନର ୫୬ ରନ ଓ ମିଚେଲ ମାର୍ସ ୯୬ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ୍ ୭୪ ରନ ଓ ମାର୍ନସ ଲାବୁସଚେନ ୭୨ ରନ କରିଥିଲେ । ତେବେ ମଧ୍ୟକ୍ରମ ବ୍ୟାଟରମାନେ ବିଫଳ ହେବାରୁ ୪୦୦ ରନ କରିବାକୁ ଅଗ୍ରସର ହେଉଥିବା ଅଷ୍ଟ୍ରେଲିଆ ୩୫୨ରେ ସୀମିତ ରହିଯାଇଥିଲା ।ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା, ଓ୍ବାସିଂଟନ ସୁନ୍ଦର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ |ଭାରତ ନିଜର ପ୍ରଥମ ୨ଟି ଦିନିକିଆରେ ବିଜୟ ହାସଲ କରି ସିରିଜରେ ୨-୦ରେ ଆଗୁଆ ରହିଛି ଓ ସିରିଜ ନିଜ ନାମରେ ସୁରକ୍ଷିତ କରିସାରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!