ସ୍କୁଲ୍‌‌ ବସ୍‌‌ ଓଲଟି ଶିକ୍ଷକ ମୃତ ,୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର,,୨୭।୯ : ବସ୍‌‌ ଓଲଟି ଜଣେ ପିଇଟି ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ବୁଧବାର ଏକ ସ୍କୁଲ ବସ୍‌‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତ ଶିକ୍ଷକ ଉମରକୋଟ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନା ବୋଲି ଜଣାପଡିଛି। ଚନ୍ଦାହାଣ୍ଡି କ୍ରୀଡା ଉତ୍ସବରେ ଯୋଗ ଦେବାକୁ ବସ୍‌‌ରେ ଛାତ୍ରଛାତ୍ରୀ ସହ ଶିକ୍ଷକ ଯାଉଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।ଚନ୍ଦାହାଣ୍ଡିରେ ହେଉଥିବା ଜିଲ୍ଲାସ୍ତରୀୟ କ୍ରୀଡାରେ ଯୋଗ ଦେବାକୁ ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ବସଟି ଓଲଟିଥିଲା। ବସ୍‌ ଓଲଟିବାରୁ ସେଥିରେ ପିଲାଙ୍କୁ ନେଇ ଯାଉଥିବ‌ା ଖେଳ ଶିକ୍ଷକଙ୍କ ଜୀବନ ଯାଇଥିବା ସୂଚନା ରହିିଛି। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର କ୍ରୀଡା ଶିକ୍ଷକ ପ୍ରଭାସ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଝରୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବସ୍‌‌ଟି ଯାଉଥିଲା। ଖବର ପାଇ ପୁଲିସ ଓ ୨ଟି ଅଗ୍ନିଶମ ଟିମ୍‌‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଚନ୍ଦାହାଣ୍ଡି ଏବଂ ଝରିଗାଁରୁ ୨ଟି ଅଗ୍ନିଶମ ଟିମ୍‌‌ ପଠାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!