କଲେଜରେ ଲାଗିବ ବାୟୋମେଟ୍ରିକ୍‌‌ ମେସିନ୍‌ ; ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ

ଭୁବନେଶ୍ୱର , ୨୭।୯: ଅଧ୍ୟାପକ ମାନେ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛି । ଯାହାକୁ ନେଇ ସମସ୍ତ ଡିଗ୍ରୀ କଲେଜରେ ବାୟୋମେଟ୍ରିକ୍‌‌ ମେସିନ୍‌ ଲଗାଯିବ। ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।ସେହିପରି ଶିକ୍ଷାର୍ଥୀଙ୍କ ଉପସ୍ଥାନ ଅତି କମ୍‌ରେ ୭୫% ରଖିବାକୁ ଉଚ୍ଚଶିକ୍ଷା ବିଭାଗ କହିଛି । ୭୫% ଉପସ୍ଥାନରୁ କମ ଶିକ୍ଷାର୍ଥୀଙ୍କ ତଥ୍ୟ ବି ରଖାଯିବ। ଏଥି ସହିତ ଭଲ ନାକ୍‌ ଗ୍ରେଡ୍‌ ପାଇଥିବା କଲେଜକୁ ଭିତ୍ତିଭୂମି ପାଇଁ ଅଧିକ ଅର୍ଥ ମିଳିବ । ସେହିପରି ରାଜ୍ୟରେ ଗଉଖ ପକ୍ଷରୁ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସଭିଲ୍‌ ସର୍ଭିସ ଲାଗି କୋଚିଂ ଦିଆଯିବ । ଆଇଏଏସ ଓ ଓଏଏସ ଅଫିସର ମାନେ ଆଶାୟୀ ଛାତ୍ର ଛାତ୍ରୀଙ୍କୁ ମୋଟିଭେଟ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!